ଜୁନାଗଡ ବଜାର ପଡ଼ାରେ ଦୃତ୍ୟ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ।

କଳାହାଣ୍ଡି…ଜୁନାଗଡ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପୋଡ଼ା ମହାଦେବଙ୍କ ପବିତ୍ର ହାଶିବରାତ୍ରି ଉପଲକ୍ଷେ ଜୁନାଗଡ଼ ବଜାର ପଡ଼ାରେ ଦୃତ୍ୟ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଥିବାଵେଲେ ,ଗୋଉଡଛେଣ୍ଡିଆ ପଞ୍ଚାୟତ ର କୋଷାଭଟା ଠାରେ ମଧ୍ୟ ନୀଳକଣ୍ଠେଶ୍ଵର ମନ୍ଦିର ରେ ଶିବରାତ୍ରି ମହାଆଡମ୍ବରରେ ପ୍ରହରିନାମଯଜ୍ଞ ସହ ଧୁମଧାମରେ ପାଲନକରାଯାଇଛି,ଏହି ଅଖଣ୍ଡ ନାମସଂକୀର୍ତ୍ତନ ସମୟରେ “ହରେ କୃଷ୍ଣ, ହରେ ରାମ” ଓ “ହର ହର ମହାଦେବ” ଧ୍ୱନିରେ ସମଗ୍ର ଜୁନାଗଡ଼ ଅଞ୍ଚଳ ଆଧ୍ୟାତ୍ମିକ ମହକରେ ମୁଖରିତ ହୋଇଉଠିଥିଲା। ଏହି ପବିତ୍ର ନାମଯଜ୍ଞର କର୍ତ୍ତା ଭାବେ ପୁଷ୍ଟମ କଟା ଓ ତାଙ୍କ ଧର୍ମପତ୍ନୀ ମନୋରମା କଟା ଦାୟିତ୍ୱ ନିର୍ବାହ କରିଥିବା ବେଳେ ,କୋଷାଭଟାରେ ଯଜ୍ଞ କର୍ତ୍ତା ଦାମୋଦର ନାଏକ ଓ ଧର୍ମପତ୍ନୀ ପଦ୍ମତୋଲା ତୁଲାଇଥିଲେ।ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ, ଶ୍ରଦ୍ଧାଳୁ ଓ ମହିଳାମାନେ ଉପସ୍ଥିତ ରହି ନାମସଂକୀର୍ତ୍ତନ, ପୂଜାର୍ଚ୍ଚନା ଓ ଦର୍ଶନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା କୀର୍ତ୍ତନ ମଣ୍ଡଳୀମାନଙ୍କ ଦ୍ୱାରା ହୋଇଥିବା ହରିନାମ ସଂକୀର୍ତ୍ତନ ଭକ୍ତମାନଙ୍କୁ ଗଭୀର ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିଥିଲା। ଅଷ୍ଟପ୍ରହରୀ ନାମଯଜ୍ଞକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଗଠିତ କମିଟିର ସଭାପତି ସଚିନ୍ ଅନ୍ଦାନୀ, ଉପସଭାପତି ପ୍ରଶାନ୍ତ ନିଆଲ,ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ,ଯୁଗ୍ମ ସମ୍ପାଦକ ରାଜନ କଟା,କୋଷାଧ୍ୟକ୍ଷ ସରୋଜ ବରାଲ ଓ ରାକେଶ ଅନ୍ଦାନୀଙ୍କ ସହିତ କୋଷାଭଟାର ସିଦ୍ଧାର୍ଥ ପଟଯୋଶି,ଗଣେଶ ପଟଯୋଶି,ଜପ ଇନ୍ଦ୍ର ସୁନାନୀ,ସୁନୀଲ ବେହେରା,ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପୋଡ଼ା ମହାଦେବ ଅଷ୍ଟପ୍ରହରୀ ନାମଯଜ୍ଞ କମିଟିର ସମସ୍ତ ସଦସ୍ୟବୃନ୍ଦ ଦିନରାତି ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅଞ୍ଚଳର ସୁଖ,ଶାନ୍ତି,ସମୃଦ୍ଧି ଓ ସାମୂହିକ ମଙ୍ଗଳ କାମନାରେ ଆୟୋଜିତ ଏହି ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଭକ୍ତିମୟ ଓ ଶାନ୍ତିମୟ ପରିବେଶ ମଧ୍ୟରେ ସୁସଂଗଠିତ ଭାବେ ସମାପ୍ତ ହୋଇଥିଲା।

କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-08-07_08-23-42-513.jpg)

