ବାବା ଶ୍ୟାମେଶ୍ଵରଙ୍କ ପୀଠରେ ଜାଗର
ଯାଜପୁର – ବରି ବ୍ଳକ ଅନ୍ତର୍ଗତ ଅରିଲୋ ଠାରେ ମହାଶିବରାତ୍ରି ଜାଗର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି।ଦେବ ଦେବ ଶ୍ୟାମେଶ୍ଵରଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଅଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସ୍ଥାନୀୟ ବିଂଝାରପୁର ଥାନା ପକ୍ଷରୁ ପୋଲିସ ବ୍ୟବସ୍ଥା କରାଯାଇଛି। ଶ୍ୟାମେଶ୍ଵରଙ୍କ ପୀଠରେ ଶହଶହ ଦୋକାନ ବଜାର ପଡ଼ିଛି। ଭକ୍ତମାନଙ୍କ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମାଜସେବୀ ଆନନ୍ଦ ଚନ୍ଦ୍ର ସାମଲ,ଆଶିଷ କୁମାର ସାମଲ, ସନ୍ତୋଷ କୁମାର ସାମଲ,ମାନସ କୁମାର ସାମଲ, ବିରେନ୍ଦ୍ର କୁମାର ନାୟକ, ମନୋରଞ୍ଜନ ଥାଟୋଇ ଭକ୍ତମାନଙ୍କ ପାଇଁ ଖେଚୁଡି,କ୍ଷିରୀ ଓ ପ୍ରସାଦର ବ୍ୟବସ୍ଥା କରିଥିଲେ।ଏଥିରେ ପାଞ ହଜାର ରୁ ଶ୍ରଦ୍ଧାଳୁ ପ୍ରସାଦ ପାଇଥିଲେ।କମିଟିର ସଂପାଦକ ଶିକ୍ଷାବିତ ଓ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାମଲ, ପୃର୍ବତନ ସରପଞ୍ଚ ଅଟଳ ବିହାରୀ ନାୟକ, ଶିକ୍ଷାବିତ ଗୋପିନାଥ ଦାଶ ଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ଜାଗରରେ ଶାନ୍ତିଶୃଙ୍ଖଳା ରେ ପୋଲିସ ଙ୍କ ସହଯୋଗ କରିଥିଲେ



