ଭୁବନେଶ୍ଵର: କୃଷି ସାମଗ୍ରୀ ବଣ୍ଟନ ଏବଂ ବନାଗ୍ନି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପ ଅଧୀନରେ ଶ୍ରୀ ପଦ୍ଧତିରେ ଧାନଚାଷ ପାଇଁ କୃଷି ସାମଗ୍ରୀ ବଣ୍ଟନ କରାଯାଇଛି। ୟୁଏନ୍ଡିପି ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହି ପ୍ରୟାସ କରାଯାଇଛି।
ଏହା ଅଧୀନରେ ଚାଷୀମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଜଳବାୟୁ ସହନଶୀଳତାକୁ ଗୁରୁତ୍ୱ ଦିଆଯାଉଛି। ଏହାକୁ ବାସ୍ତବ ରୂପ ଦେବାରେ କ୍ଲାଇମେଟ ଚାମ୍ପିଅନ ମହିଳାମାନେ ବଡ ଭୂମିକା ନେବେ ବୋଲି ଶ୍ରୀମତି ପରିଡା କହିଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)