ବାଦ୍ଯୁତ ସଂଯୋଗ ବିଚ୍ଛିନ୍ନ କଲେ ଆନ୍ଦୋଳନ , ଦାବିପତ୍ର ଦେଲେ କୃଷକ

ଭଟଲି :- ଆଜି କୃଷକ ପରିବାର ଭଟଲି ବ୍ଲକ ତରଫରୁ ବିଦ୍ୟୁତ୍ ବିଭାଗ ର ମନମୁଖୀ ବିଲ୍ ଆଦାୟ ଓ ଶୋଷଣ ବିରୋଧରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଭଟଲି ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହେଲା ଏହି ବୈଠକରେ କୃଷକ ପରିବାର ର ସକ୍ରିୟ କର୍ମୀ ତଥା ବିଭିନ୍ନ ଗାଁ ର ଚାଷୀ ମାନେ ଯୋଗଦାନ କରିଥିଲେ । ଗତବର୍ଷ ପରି ବୋରିଙ୍ଗ୍ ପ୍ରତି ବର୍ଷ କୁ ଟ୪୦୦୦ ରୁ ଅଧିକ ନଦେବା ପାଇଁ ସର୍ବ ସମ୍ମତିରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଯଦି ବିଦ୍ୟୁତ୍ ବିଭାଗ ପକ୍ଷରୁ କୈାଣସି ଲାଇନ୍ କଟାଯାଏ ତାହେଲେ ସଙ୍ଗଠନ ଜୋରଦାର ଆନ୍ଦୋଳନ କରିବା ପାଇଁ ଏବଂ ବୋରିଙ୍ଗ୍ ବିଲ୍ ଜଳକର ଆଧାରରେ ଓ ଘର ପ୍ରତି ୩୦୦ୟୁନିଟ୍ ମାଗଣା ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା ।ପରେ ସମସ୍ତେ ଇଲେକ୍ଟ୍ରି ଅଫିସ୍ କୁ ଯାଇ ଆଲୋଚନା କରିବାକୁ ଚାହୁଁଥିଲେ ହେଲେ sdo କିମ୍ବା je ଉପସ୍ଥିତ ନଥିବାରୁ ଏକ ଦାବିପତ୍ର ପ୍ରଦାନ କରାଗଲା । ଯଦି କୌଣସି ଲାଇନ୍ କଟାଯାଏ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଇଲେକ୍ଟ୍ରି ବିଭାଗ ସମ୍ପୁର୍ଣ୍ଣ ଦାୟୀ ରହିବ ବୋଲି କୁହାଯାଇଛି ।ଏହି ଅବସରରେ ଥବିର ସାହୁ, ସୁରେନ୍ଦ୍ର ସାହୁ , କନ୍ଦର୍ପ ବାରିକ , ସନ୍ତୋଷ ସାହୁ , ହେମନ୍ତ ଖମାରୀ , ସରୋଜ ସାହୁ , ପବିତ୍ର ପାତ୍ର, ସାନନ୍ଦ ପଧାନ, ବହ୍ଲବ ସାହୁ , ଅଶୋକ ସାହୁ, ସତ୍ୟବାନ ମିଶ୍ର ଙ୍କ ସହିତ ସତାଧିକ ଚାଷୀ ଉପସ୍ଥିତ ଥିଲେ ।




