ଚମ୍ପୁଆଥାନା ଅନ୍ତର୍ଗତ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇଜଣ ପରୀକ୍ଷାର୍ଥୀଙ୍କ ସମେତ ଚାରି ଆହତ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ନମ୍ବର୍ ଜାତୀୟ ରାଜପଥରେ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇଜଣ ପରୀକ୍ଷାର୍ଥୀଙ୍କ ସମେତ ଚାରି ଜଣ ଆହତ ହୋଇଥିବା ନେଇ ସୂଚନା। ଯାହାକି ସୂଚନା ରହିଛିଘଟିଛି ସିରିଜ୍ ସଡ଼କ ଦୁର୍ଘଟଣା। ଏହି ସିରିଜ୍ ଦୁର୍ଘଟଣାରେ ୨ଜଣ ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ସହ, ୪ଜଣ ଆହତ ହୋଇଥିବା ନେଇ ସୂଚନା। ଆହତ ମାନଙ୍କୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା।ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ସିଜୁକଳା ନିକଟରେ ଘଟିଛି ଏହି ସିରିଜ୍ ଦୁର୍ଘଟଣା । ଝୁମ୍ପୁରାରୁ ଚମ୍ପୁଆ କୁ ଯୁକ୍ତ୨ ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀମାନେ ଏକ କାର୍ ଯୋଗେ ଚମ୍ପୁଆ ଅଭିମୁଖେ ଯାଉଥିଲେ । ଜାତୀୟ ରାଜପଥର ବିପରୀତ ଦିଗରେ ରାସ୍ତାକାମ ଜାରି ରହିଥିବାରୁ ଗୋଟିଏ ପଟ ରାସ୍ତାରେ ଗାଡ଼ି ଗୁଡ଼ିକ ଯିବାଆସିବା କରୁଥିବା ବେଳେ, ଏହି କାର୍ ସହିତ ଏକ ଟ୍ରକ୍ ର ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ କାର୍ ପଛରୁ ଆସୁଥିବା ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ କାର୍ ପଛରେ ପିଟି ହେବାରୁ ବାଇକ୍ ଆରୋହୀ ସହିତ କାରରେ ବସିଥିବା ଜଣେ ଆହତ ହୋଇଥିବା ନେଇ ସୂଚନା। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ, ଆହତମାନଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ୍ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




