ବାବା ଆଖଣ୍ଡଳମଣୀ ମନ୍ଦିରର ପ୍ରଥମ ବାର୍ଷିକ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ

ଯାଜପୁର _ବିଞାରପୁର ବ୍ଳକ ଅନ୍ତର୍ଗତ ହରିପୁର ସ୍ଥିତ ରାମଚନ୍ଦ୍ରପୁର ଗ୍ରାମ ହେଉଛି ଏକ ସଂସ୍କୃତ ଓ ଆଧ୍ୟାତ୍ମିକ ଚେତନାର ଉର୍ବର ମାଟି। ଏଠାକାର ମଠ ମନ୍ଦିର ତଥା ଆଧ୍ୟାତ୍ମିକ ବାତାବରଣ ଗ୍ରାମ୍ୟ ଜିବନକୁ ମହନୀୟ କରିଥାଏ। ସଂପ୍ରତି ଭାଇଚାରାର ଐକ୍ୟର ମହାମନ୍ତ୍ର ଗାଏ।ଏହି ଗ୍ରାମର ଆଧ୍ୟାତ୍ମିକ ଚିନ୍ତନ ତଥା ଶୈବ ଉପାସକ ମାନଙ୍କ ଭାବାବେଗକୁ ରୁଦ୍ଧିମନ୍ତ କରିବାପାଇଁ ଆଖଣ୍ଡଳମଣୀଙ୍କ ଏକ ଭବ୍ୟ ମନ୍ଦୀର ଏଠାରେ ନିର୍ମାଣ କରିଛନ୍ତି ବିଶିଷ୍ଟ ସମାଜସେବୀ ଓ ପରୋପକାରୀ ସୁରେନ୍ଦ୍ର ମହାଳିକ।ଏହା ଗତ ତିନିଦିନ ଧରି ମନ୍ଦିର ର ପ୍ରତିଷ୍ଠା ଉତ୍ସବ ବୈଦିକ ରୀତିରେ ଅନୁଷ୍ଠିତ ହେଉଅଛି। ବିଭିନ୍ନ ଦିନରେ କଟକର ପ୍ରସିଦ୍ଧ ସିଦ୍ଧିବିନାୟକ ଭଜନ ସଂଧ୍ୟା ପକ୍ଷରୁ ପ୍ରସିଦ୍ଧ ଗାୟିକା ମାନସି ପାତ୍ର ଓ ତାଙ୍କ ଟିମ୍ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହେଉଅଛି।ଏହି ଅବସରରେ ନୁତନ କରି ଗଢ଼ି ଉଠିଥିବା ଆମ ଗାଁ ଆମ ପରିଚୟ ପକ୍ଷରୁ ଏକ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ସମାଜସେବୀ ସୁରେନ୍ଦ୍ର ମହାଳିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ତଥା କବି ଡଃ ଶ୍ରୀହରି ଧଳ।ଉଦଘାଟିକା ଭାବେ ଯୋଗଦେଇ ଥିଲେ ବିଂଝାରପୁର ବ୍ଲକ୍ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ବିଂଝାରପୁର ବ୍ଲକ୍ର ବିଡ଼ିଓ ହିତାଶୁ ସାମଲ। ମନ୍ମଥ ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଇଲେକ୍ଟ୍ରିକାଲ ଏଜକ୍ୟୁଟିଭ ଇଞ୍ଜିନିୟର ପାର୍ଥସାରଥୀ ଦାଶ। ଶିକ୍ଷାବିତ ରବିନ୍ଦ୍ର ପରିଡ଼ାଙ୍କ ସଞାଳନରେ ଏ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆମ ଗାଁ ଆମ ପରିଚୟ ପରିବାର ପକ୍ଷରୁ ମେଧା ଶକ୍ତି ପାଇଁ ଓ ସୁଜନଶିଳତା ଏବଂ ଉତ୍ତମ ବ୍ୟବହାର ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୁତ ଓ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କୈଳାସ ସେଠୀ, ଅନ୍ନଦା ପ୍ରସାଦ ସାମଲ, ଶିକ୍ଷାବିତ ମନୋରଞ୍ଜନ ଧଳ, ବିନୟ କୁମାର ଧଳ, ଅରୁଣ, ନରେଶ ସମେତ ବହୁ ସଦସ୍ୟ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ।




