ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ୍, ଗାଡ଼ି,ମେସିନ୍ ସହ ଜଣେ ଗିରଫ।

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ପୋଲିସକୁ ମିଳିଛି ସଫଳତା । ଲୁହାପଥର ଚୋରୀ କରୁଥିବା ବେଳେ, ମାଡ଼ିବସିଲା ପୋଲିସ । ବାମେବାରୀ ଥାନା ଅନ୍ତର୍ଗତ ପଳସା ସଂରକ୍ଷିତ ଜଙ୍ଗଲରେ ପୋଲିସର ଚଢ଼ାଉ କରି ଲୁହାପଥର ଚୋରୀ କରୁଥିବା ଲକ୍ଷାଧିକ ଟଙ୍କାର ଲୁହାପଥର ବୋଝେଇ ହୋଇଥିବା ଏକ ଟ୍ରକ୍ କୁ ଜବତ କରିଥିବା ନେଇ ସୂଚନା। ଏହାସହ, ଏଥିରେ ସମ୍ପୃକ୍ତ ଏକ ସ୍କର୍ପିଓ ଓ ଲୋଡ଼ର୍ ମେସିନ୍ କୁ ଜବତ କରିବା ସହ, ଜଣକୁ ଗିରଫ କରିଛି ପୋଲିସ। ଖଣି ମାଫିଆମାନେ ଲୁହାପଥର ଚୋରା ଚାଲାଣ କରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସର ଏକ ୭ଜଣିଆ ଟିମ୍ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲା । ଏଥିରେ ସମ୍ପୃକ୍ତ ଜଣେ ଖଣି ମାଫିଆକୁ ଗିରଫ କରିଥିବା ବେଳେ, ଅନ୍ୟମାନେ ସୁଯୋଗ ନେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପୂର୍ବରୁ ପୀଢ଼ପୋଖରୀ, ନୟାଗଡ଼ ଆଦି ସ୍ଥାନରେ ପୋଲିସ ଚଢ଼ାଉ କରି ଚୋରା ଲୁହାପଥର ସହ ଗାଡ଼ି ଜବତ କରିବା ସହିତ, ଏଥିରେ ସମ୍ପୃକ୍ତ ଖଣି ମାଫିଆ ମାନଙ୍କୁ ଗିରଫ କରିଥିବା ନେଇ ସୂଚନା ରହିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



