ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଅନୁଗୋଳ,ତା.୧୮.୦9:- ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ର ମୁକାବିଲା ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହ ର ମୁକାବିଲା ନିମନ୍ତେ ବ୍ୟାପକ ସଚେତନତା ଊପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିବା ସହିତ ଜଳକ୍ଳିଷ୍ଟ ଅଂଚଳରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ , ଅଧିକାରୀମାନଂକୁ ନିର୍ଦ୍ଦେଶ ଦେଇଥିଲେ ।

ଗ୍ରୀଷ୍ମ ଋତୁରେ ଯେପରି ପାନୀୟ ଜଳର ସମସ୍ଯା ରହିବ ନାହିଁ, ଅଚଳ ନଳକୂପଗୁଡିକର ତୁରନ୍ତ ମରାମତି ଏବଂ ହାଟବଜାର,ବସ୍ଷ୍ଟାଣ୍ଡ ତଥା ଜନଗହଳି ସ୍ଥାନମାନଙ୍କରେ ଜଳଛତ୍ର ବ୍ୟବସ୍ଥା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରି ସମ୍ପୃକ୍ତ ଅଧୂକାରୀମାନଂକୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରମିକମାନେ କାର୍ଯ୍ୟ କରୁଥିବା ସ୍ଥାନରେ ପାନୀୟଜଳ ଓ ଆଶ୍ରୟସ୍ଥଳ ବନ୍ଦୋବସ୍ତ କରାଯିବା ସହ ପୂର୍ବାହ୍ନ ୧୧ ଘଟିକାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରମାନଂକରେ ଅଂଶୁଘାତ କକ୍ଷ ସହିତ ପର୍ଯ୍ୟାପ୍ତ ପରିମାଣରେ ଓ.ଆର.ଏସ୍ ପାଉଡର, ସାଲାଇନ ବ୍ୟବସ୍ଥା ସହ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରୀଷ୍ମ ପ୍ରବାହ ସମୟରେ ଯାତ୍ରୀବାହୀ ଗାଡିଗୁଡିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଓ.ଆର.ଏସ୍ ପ୍ୟାକେଟ ରଖିବା ଏବଂ ବସ୍ ରହଣୀ ସ୍ଥାନମାନଂକରେ ବିଶ୍ରାମସ୍ଥଳୀ ଓ ଜଳଛତ୍ର ଖୋଲିବା ପାଇଁ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷାଦାନ ସମୟ ନିର୍ଦ୍ଧାରଣ କରିବା ସହିତ ପାନୀୟ ଜଳ ଊପଲବ୍ଧ କରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦବ୍ୟତୀତ ପଶୁସମ୍ପଦ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବା ଊପରେ ବୈଠକରେ ବିଶଦଭାବେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ , ତାଳଚେର ଊପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଆଇଏ ଏସ୍ ପ୍ରୋବେସନର କସ୍ତୁରୀ ସା, ଆଠମଲ୍ଲିକ ଊପଜିଲ୍ଲାପାଳ ଶ୍ରୀ ଉପେନ୍ଦ୍ର ଲୋହା, ପାଲଲହଡା ଉପଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପଟେଲ, ଜିଲ୍ଲା ଆପାତ କାଳିନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଏମ୍ ସି ଏଲ୍, ନାଲ୍କୋ,ଏନ୍.ଟି. ପି. ସିର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।




