ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ ପକ୍ଷରୁ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ

ଅନୁଗୋଳ, ୧୮.୦୨ : ଆଜି ଅନୁଗୋଳ ବ୍ଲକ୍ ଆନୁକୁଲ୍ୟରେ ରନ୍ତଲେଇ ପଞ୍ଚାୟତ ଅଫିସ୍ ପରିସରରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ମାଧ୍ୟମରେ ଦିବ୍ୟାଙ୍ଗଜନ ଏବଂ ବରିଷ୍ଠ ନାଗରିକମାନଙ୍କୁ “ସହାୟକ ଉପକରଣ” ବଣ୍ଟନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ୭୯ ଜଣଙ୍କୁ ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ (ALMICO) ସହଯୋଗରେ ଚିହ୍ନଟ କରାଯାଇ, ସହାୟତା ଉପକରଣ ପ୍ରଦାନ ହୋଇଛି।

ଏହି ଶିବିରରେ ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବିଶ୍ଵଭୂଷଣ , ରନ୍ତଲେଇ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମିନାକ୍ଷୀ ବେହେରା, ଜିଲ୍ଲା ପରିଷଦର ପୂର୍ବତନ ସଭ୍ୟ ଶ୍ରୀ ପ୍ରଶାନ୍ତ ପୃଷ୍ଟି, ଓଡ଼ିଶା ଜଳବିଦ୍ୟୁତ ନିଗମ ଲିମିଟେଡର ସାଧାରଣ ପ୍ରବନ୍ଧକ ଶ୍ରୀ ସୁବ୍ରତ କୁମାର ଷଡଙ୍ଗୀ, ଅବସରପ୍ରାପ୍ତ DGM ଶ୍ରୀ ପ୍ରଦୀପ କୁମାର ପ୍ରଧାନ, ଇଲେକ୍ଟ୍ରିକାଲ DGM ଶ୍ରୀ ଘନଶ୍ୟାମ ଗିରି, HR ଶ୍ରୀ ଆଶିଷ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ଶ୍ରୀ ପ୍ରମୋଦ ବେହେରା, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିଦିବେଶ ଦଳବେହେରା, ନୂଆମୌଜା ସରପଞ୍ଚ ଶ୍ରୀ ବିକାଶ ଚନ୍ଦ୍ର ପ୍ରଧାନପ୍ରମୁଖ ଉପସ୍ଥିତ ଥିଲେ।




