ମା ଭୈରବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା…

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମହାଲୁଣ୍ଡା ପଂଚାୟତ ବେଡାନାଳି ଗ୍ରାମରେ ମା ଭୈରବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହା ସମାରୋହରେ ପାଳନ ହୋଇ ଯାଇଛି.. ଏହି ଉପଲକ୍ଷେ ଆଜି ସକାଳେ ଗ୍ରାମର ପୁରୁଷ ମହିଳା ଓ ଯୁବକ ଯୁବତୀ ମାନେ କଳସ ଯାତ୍ରା ରେ ଯୋଗ ଦେଇ ଗ୍ରାମ ପରିକ୍ରମା କରି ମାଙ୍କ ପୀଠକୁ ଆସିଥିଲେ. ଏହି ଯାତ୍ରା ରେ ବିଭିର୍ଣ ଅଂଚଳରୁ ସଂକୀର୍ତନ ମଣ୍ଡଳୀ ଆସି ଭଜନ ଜଣାଣ ପରିବେଷଣ କରିଥିଲେ… ପ୍ରତ୍ୟେକ ଘର ର ଦ୍ୱାର କୁ ଲିପା ପୋଛା କରିଥିବା ବେଳେ, ଗାଁ କୁ ଆମ୍ବ ତୋରଣ ଓ ଫୁଲ ରେ ସଜା ଯାଇଥିଲା.. ଦିନସାରା ସଂକୀର୍ତନ ଓ ପ୍ରସାଦ ସେବନ ର ବ୍ୟବସ୍ଥା ଭକ୍ତମାନଙ୍କ କରାଯାଇଥିଲା. ଦୀର୍ଘଦିନ ଧରି ମାଙ୍କ ମୂର୍ତ୍ତି ଖୋଲା ଜାଗାରେ ଥିଲାବେଳେ, ଆଜି ରାତ୍ରୀ ରେ ନୂତନ ବେଦୀକୁ ଆଗମନ କରିବେ ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣା ଯାଇଥିଲା… ଆଜିର ଏହି ଉତ୍ସବକୁ ଖୁସି ରେ ପାଳନ କରା ଯାଉଥିବାର ଦେଖା ଯାଇଥିଲା..




