ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇଲେ ପାଲଲହଡା ବିଧାୟକ
ଭୁବନେଶ୍ୱର/କଣିହାଁ (ଜାଗ୍ରତ ଭାରତ ନ୍ୟୂଜ)୨୦/୦୨ – ପାଲଲହଡ଼ାର ବହୁ ପ୍ରତିକ୍ଷିତ ମାଙ୍କଡା ମଧ୍ୟମ ଜଳ ସେଚନ ପ୍ରକଳ୍ପକୁ ଆଜି ବଜେଟରେ ଅନୁମୋଦନ ମିଳିଛି l ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରି ମାଙ୍କଡ଼ା ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି l ଏହି ପ୍ରକଳ୍ପ ହେଲେ ପାଳଲହଡାର ୧୨ ଟି ପଞ୍ଚାୟତର ୪୫ଟି ଗ୍ରାମର ୯୯୮୬ ହେକ୍ଟର ଜମି ଜଳ ସେଚିତ ହୋଇପାରିବ l ଚାଷୀମାନେ ଦୁଇ ଫସଲି ଚାଷ କରି ନିଜର ଆୟ ବୃଦ୍ଧି କରି ସ୍ଵଛଳ ହୋଇ ପାରିବେ l ପାଳଲହଡା ବାସୀଙ୍କ ଦୀର୍ଦ୍ଧ ଦିନର ଦାବି ପୂରଣ ହୋଇ ଥିବାରୁ ପାଲଲହଡା ବିଧାୟକ ଅଶୋକ ମହାନ୍ତି ପ୍ରକାଶ କରିଛନ୍ତି l ଏଥି ପାଇଁ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମାନ୍ୟବର ବିଧାୟକ ଶ୍ରୀ ଅଶୋକ ମହାନ୍ତି ପାଳଲହଡା ବାସି ଏବଂ କୃଷକ ଓ କୃଷକ ସଂଘଠନ ତରଫରୁ କୃତଜ୍ଞତା ଜ୍ଞାପନ କରଛନ୍ତି।
କଣିହାଁ ରୁ ସୁନୀଲ କୁମାର ସାମଲ



