ମାଁ ସୁବର୍ଣ୍ଣରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।
ମାନଝରି କୁ ହରାଇ କାନ୍ଦୁଲଝେର ବିଜୟୀ
ଗୋଲାମୁଣ୍ଡା,୨୧/୨ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଳକ ଅଧିନ ଟିଙ୍ଗିପଦର ଗ୍ରାମ ସ୍ଥିତ ସୁରେନ୍ ବାହେଲି ଖେଳ ପଡ଼ିଆ ଠାରେ ମାଁ ସୁବର୍ଣ୍ଣରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଏହି ଉଦଘାଟନୀ ଦିବସରେ ମାନଝରି ଓ କାନ୍ଦୁଲଝେର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ କପୂର୍ଚନ ସେଠିଆ, ଜଗନ୍ନାଥ ମଲିକ, ଦେବରାଜ ଭାଟି,ବୈକୁଣ୍ଠ ବିହାରୀ,ମନୋହର ବିହାରୀ,ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ମାନଝରି ଦଳ ପ୍ରଥମେ ବେଟିଙ୍ଗ କରି ୧୨ ଓଭରରେ ୧୪୮ ରନ ସଂଗ୍ରହ କରିଥିବା ବେଳେ ତାର ଜବାବରେ କାନ୍ଦୁଲଝେର ଦଳ ୧୧ ଓଭର ଖେଳି ବିଜୟ ହାସଲ କରିଥିଲା। ଦିଲୀପ ବିହାରୀ ଏବଂ ସତ୍ୟବାନ ପ୍ରଧାନି ଅମ୍ପିଆର ଦାୟିତ୍ଵ ନିର୍ବାହ କରିଥିବା ବେଳେ ବାସୁଦେବ ମଲ୍ଲିକ ଖେଳ ଧାରାବିବରଣୀ ପ୍ରଦାନ କରିଥିଲେ । କମିଟି ର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଧର୍ମଗଡ ଉପଖଣ୍ଡ ରୁ କପୁର୍ଚନ ସେଠିଆ ଙ୍କ ରିପୋର୍ଟ JBN



