ହନୁମାନ ଜୟନ୍ତୀ ଅବସର ରେ ବିଶାଳ ଶୋଭାଯାତ୍ରା

ଭଟଲି:- ଭଟଳିରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନଙ୍କ ଜନ୍ମୋତ୍ସବ ଓ ସାମୂହିକ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଯାଇଛି l ହନୁମାନ ଜୟନ୍ତୀ ସମନ୍ଵୟ କମିଟି ଆହ୍ବାନକ୍ରମେ ଆୟୋଜିତ ଏହି ସର୍ବଦଳୀୟ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ରଥଦାଣ୍ଡ ପଡ଼ିଆରେ ସାମ୍ବାହିକ ହନୁମାନ ଚାଳିଶା ପାଠ କରାଯାଇଥିଲା କାର୍ଯ୍ୟକ୍ରମରେ ହନୁମାନ ଜୟନ୍ତି ସମନ୍ବୟ କମିଟି ସଭାପତି ମନୋଜ ରଥ ଓ ରମାକାନ୍ତ ପଣ୍ଡା ଯୋଗଦେଇ ହନୁମାନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ। ରୋହିତ ରଥ ଓ ନିରଞ୍ଜନ ରଥ ପୂଜା କାର୍ଯ୍ୟ ସଂପାଦନ କରିଥିଲେ।

ଏଥିରେ ସ୍ଥାନୀୟ ଶିଶୁମନ୍ଦିର ଗୁରୁମାଙ୍କ ତତ୍ତ୍ବାବଧାନରେ ଛାତ୍ରୀମାନେ ହନୁମାନ ଚାଳିଶା ପାଠ କରିଥିଲେ। ଏହି ଅବସରରେ ସୁସଜ୍ଜିତ ରଥରେ ରାମ, ଲକ୍ଷ୍ମଣ, ହନୁମାନଙ୍କୁ ବସାଇ ମୟୂର ନୃତ୍ୟ, ଘଣ୍ଟବାଦ୍ୟ, ପଞ୍ଚବାଦ୍ୟ, ଡମ୍ବରୁ ବାଦ୍ୟ, ଏବଂ ବିଭିନ୍ନ ସାଂସ୍କୃତିକ ଦଳସହ ଏକ ବିଶାଳ ଶୋଭାଯାତ୍ରା ବିଜୟା ଛକ ଠାରୁ ବାହାରି କୁସନପୁରୀ ଜଗନ୍ନାଥ ମନ୍ଦିର, ବସ୍ଷ୍ଟାଣ୍ଡ ହୋଇ ଦଧିବାମନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ରାସ୍ତାରେ ପଡୁଥିବା ବିଭିନ୍ନ ହନୁମାନ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା କରାଯାଇଥିଲା। ଶୋଭାଯାତ୍ରା ଉଭୟ କୁସନପୁରୀ ସମେତ ଭଟଲି ଗ୍ରାମ ପରିକ୍ରମା କରିଥିଲା ଭଟଲି ବସଷ୍ଟାଣ୍ଡା ଛକ, ବିଜୟା ଛକ , ଉମା ଛକ ଇତ୍ୟାଦି ସ୍ଥାନରେ ଝଣ୍ଡା ଦ୍ବାରା ଆଚ୍ଛାଦିତ କରି ସୁସଜ୍ଜିତ କରାଯାଇଥିଲା ଶୋଭାଯାତ୍ରାରେ ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗଦେଇ ଭଟଲି ବସ୍ଟାଣ୍ଡ ସ୍ଥିତ ହନୁମାନ ମନ୍ଦିରରେ ପଞ୍ଚମଙ୍ଗଳ ଆଳତି କରିଥିଲେ। ଏହାପରେ ମୁଖ୍ୟ ଛକଠାରେ ଖଣ୍ଡା ଏବଂ ଗଦା ବୁଲାଇ ଉପସ୍ଥିତ ଭକ୍ତମାନଙ୍କୁ ଉତ୍ସାହିତ କରିଥିଲେ। ଗ୍ରାମବାସୀ ସମସ୍ତ ଗୃହ ସମ୍ମୁଖରେ ରଙ୍ଗୋଲି, କଳସ ସହିତ ଦୀପ ଜଳାଇ ଶୋଭାଯାତ୍ରାକୁ ସ୍ବାଗତ କରିଥିଲେ। ଏଥିରେ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତାମାନେ ସାମିଲ ହୋଇଥିଲେ। ହନୁମାନ ଜୟନ୍ତି ସମନ୍ବୟ କମିଟିର ଦେବାଶିଷ ନାଏକ, ରଞ୍ଚନ ନାଏକ, ବିଶ୍ଵଜିତ ସାହୁ, ଚକା ନାୟକ, ରଞ୍ଜିତ ସାହୁ, ଦୁର୍ଗାପ୍ରସାଦ ଅଗ୍ରୱାଲ, ନରୋତ୍ତମ ସାହୁ, ବିଷ୍ଣୁ ପଣ୍ଡା , ସୁମନ୍ତ ଶତପଥୀ, ମନୋଜ ଡ଼ନସନା, ସଞ୍ଜୀବ ଖମାରୀ, ସୁବାସ ବେହେରା, ସୁଶିଲ ପଧାନ, ସରୋଜ ମେହେର, ଅଭିଳାଷ ଡ଼ନସନା, ରୂପସିଂହ ଅଗ୍ରୱାଲ ପ୍ରମୁଖଙ୍କ ସମେତ ସମସ୍ତ କର୍ମି ସହଯୋଗ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ବିଶାଳ ଶୋଭାଯାତ୍ରା ସମେତ ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା। ଏଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ଶୋଭଯାତ୍ରା ପରେ ସମସ୍ତେ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ସେହିପରି ଶ୍ରୀ ଶ୍ରୀ ଦଧିବାମନ ମନ୍ଦିରରେ ପବିତ୍ର ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉତ୍ସାହର ସହିତ ପାଳିତ ହୋଇଥିଲା l




