ସ୍ଥାନୀୟ ଯୁବକଙ୍କ ଉନ୍ମୂତ କାଣ୍ଡ, ସୁରକ୍ଷାକର୍ମୀକୁ ଧକ୍କାଦେଇ କ୍ଷତାକ୍ତ କଲା।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସ୍ଥାନୀୟ ଯୁବକ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା କରି ବଡ଼ବିଲ ପୋଲିସ୍ ଦ୍ବାରା ବଡ଼ବିଲ ମାର୍କେଟ ସ୍ଥିତ ବାଟାଛକ ରେ ନିୟୋଜିତ ସୁରକ୍ଷାକର୍ମୀ ଙ୍କୁ ଦିନ ଦ୍ୱିପ୍ରହର ସମୟରେ ସର୍ବ ସମ୍ମୁଖରେ ଧକ୍କା ଦେଇ ଫେରାର ହେବାକୁ ଚେଷ୍ଟା କରିଥିଲା। ସୁରକ୍ଷାକର୍ମୀ ଜଣକ ଉକ୍ତ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ ସହ ଥିବା ଅନ୍ୟ ସହକର୍ମୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏନେଇ ବଡ଼ବିଲ ଥାନାରେ ସୁରକ୍ଷା କର୍ମୀଙ୍କ ସହଯୋଗୀ ମାନେ ବଡ଼ବିଲ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚକରି ଏଭଳି ଉନ୍ମୁକ୍ତ କାଣ୍ଡ ଘଟାଇଥିବା ଯୁବକକୁ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା କାର ନମ୍ବର୍ OD33-AU -9658 କୁ ଜବତ୍ କରିଥିବା ନେଇ ସୂଚନା। ଦୁର୍ଘଟଣା ଘଟାଇଥିବା ଯୁବକ ଜଣକ ବଡ଼ବିଲ ଥାନା ଅନ୍ତର୍ଗତ ଭିକି ପ୍ରାସାଦ ଗୁପ୍ତା ଓରଫ୍ ଡିମ୍ବା ଓ ତାର ବୟସ ପାଖାପାଖି ୩୨ବର୍ଷ ବଡ଼ବିଲ ଥାନାରେ ତା ବିରୁଦ୍ଧରେ କେସ ରୁଜୁ କରି ବଡ଼ବିଲ ପୋଲିସ୍ ତାକୁ କୋର୍ଟ ଚାଲାଣ କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



