କର୍ମାଠ ଗାଁରେ ଶୋହଲ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି
କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା ବ୍ଲକ .ଅଧିନସ୍ଥ ରେଙ୍ଗ ସାପାଲି. ଗ୍ରାମପଞ୍ଚାୟତର କର୍ମାଠ ଗ୍ରାମରେ ଶୋହଲପ୍ରହର ନାମ ଯଞଆୟୋଜିତ ହୋଇଛି। ଏଥିନିମନେ ମଙ୍ଗଲବାରଦିନ ଦିବା ତିନି ଘଣ୍ଟା ସମୟରେ ଶତାଧିକ ଭକ୍ତ ଙ୍କର ସମାଗମରେ ଭିଡ଼.କଳସ ଯାତ୍ରା ଗ୍ରାମ ତଟରେ ଥିବା ନଦୀଘାଟ ରୁ ଆରମ୍ଭ ହୋଇ ଯଜ୍ଞ ମଣ୍ଡପଠାରେ ପହଞ୍ଝ ବିଧି ମୁତାବକ ସ୍ଥାପନ କରାଯାଇ ବୁଧବାର ସକାଳ ସାତ ଘଣ୍ଟା ସମୟରେ ନାମଆରମ୍ଭ ହେଇ ଗୁରବାର ଦିନ ରାତି ନାମ ଚାଲିବା ସହିତ ଶୁକ୍ରବାର ଦିନ ଗ୍ରାମ ସହ ବିଶ୍ଵର ମଙ୍ଗଲକାମନା କରି ନାମଯଜ୍ଞର ପୂର୍ଣ୍ଣାହୁତି ସମାପନ ହୋଇଥିଲେ. ଏହି ଉତ୍ସବରେ ଆଠଗୋଟି ସଂକିତ୍ତନ ଦଳ ଯୋଗଦେଇଥିଲେ ସେଥି ମଧ୍ୟରୁ ଦୁଇଟି ମହିଳା ଦଲ ଏବଂ ଛଅଟି ପୁରୁଷ ଉଭୟ ମିଶି ଆଠଟି ଦଳ ଯୋଗଦେଇଥିଲେ ଏହି ଗ୍ରାମ ରେ ଦୀର୍ଘ ୨୨ ରୁ ୨୪ ବର୍ଷ ପୂର୍ବେ ନାମଯଜ୍ଞ ହୋଇ ବନ୍ଦ ହୋଇଯାଇଥିଲା କୌଣସି କାରଣ ବସତ କିନ୍ତୁ ଚଳିତ ବର୍ଷ ପୁନଶ୍ଚ ସମଗ୍ର ଗ୍ରାମ ବାସୀଙ୍କ ଉଦ୍ୟମରେ ଏବର୍ଷ ପୁନଶ୍ଚ ନାମଯଜ୍ଞ ଆରମ୍ଭ କରାଯାଇଛି ଶୋହଳ ପ୍ରହର ନାମ ଯଜ୍ଞକୁ ନେଇ ଗ୍ରାମ ଉତ୍ସବ ମୁଖରିତ ହୋଇଉଠିଛି କାର୍ଯକ୍ରମରେ କର୍ତ୍ତା ରୂପରେ ତିଳ ଜାନୀ ଏବଂ ତାଙ୍କ ସହ ଧର୍ମୀଣୀ ବର୍ତ୍ତମାନ ପଞ୍ଚାୟତର ସମତି ସଭ୍ୟା ଶ୍ରୀମତୀ ସଙ୍ଗିତା ଜାନୀ କାର୍ଯ୍ୟଭାର ତୁଲେଇଥିଲେ। ସମସ୍ତ ନୀତୀ କାନ୍ତି ରେ ପୂଜାର୍ଚ୍ଚନା ହେବ।ସହ ଅନ୍ନଭୋଗ ର ମଧ୍ୟ ବ୍ୟବସ୍ଥା ହୋଇଥିଲା ଶୁକ୍ରବାର ଦିନ ସାତ ଘଣ୍ଟା ରୁ ଭକ୍ତ ଦହି ହାଣ୍ଡି ମାଠିଆ ଧରି ଗ୍ରାମ ପରିକ୍ରମା କରି ଦହି ହାଣ୍ଡି ଭଗ୍ନ କରାଯାଇଥିଲଏହି ସମୟରେ ଗ୍ରାମରେ ଭକ୍ତିମୟ ପରିବେ ସୃଷ୍ଟି ହୋଇଥିଲା ସତେ ଯେମିତି ଭକ୍ତ ଓ ଭଗବାନଙ୍କ ମିଳନର ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଧର୍ମଗଡ ଉପଖଣ୍ଡରୁ ଧବଳେଶ୍ଵର ରଣାଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



