ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ମାନ୍ୟତା ୟୁନିଅନ ନିର୍ବାଚନରେ ଏ ଏମ ଏସ ର ବିପୁଳ ବିଜୟ

ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଗଢି ଉଠିଥିବା ସର୍ବ ପୁରାତନ ଓ ନବରତ୍ନ ଉଦ୍ୟୋଗ ନେସନାଲ ଆଲୁମିନିଅମ କମ୍ପାନୀ ନାଲକୋ ସ୍ମେଲ୍ଟର୍ ପ୍ଲାଣ୍ଟ ଠାରେ ୩୭/୦୨/୨୦୨୬ ତାରିଖରେ ଅନୁଷ୍ଠିତ ୟୁନିଅନ୍ ମ୍ୟନ୍ୟତା ପ୍ରାପ୍ତ (recognize) ନିର୍ବାଚନରେ ଏ ଏମ ଏସ ବା ଆଲୁମିନିଅମ ମଜଦୂର୍ ସଂଘ ବିପୁଳ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ତିନି ପ୍ରମୁଖ ୟୁନିଅନ, ଏନ୍ ଇ ଏସ, ଏନ୍ ପି ଇ ୟୁ ଓ ଏ ଏମ ଏସ ପ୍ରତିଦ୍ବନ୍ଦୀତା କରିଥିଲେ। ସଭାପତି ମୁନା ସାମଲଙ୍କ ନେତୃତ୍ୱରେ ଭାରତୀୟ ମଜଦୂର ସଂଘ ସହବନ୍ଧିତ ଏ ଏମ୍ ଏସ ଏହି ବିଜୟ ହାସଲ କରିଥିବାରୁ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଢେଙ୍କାନାଳ ଏମ ପି ରୁଦ୍ର ନାରାୟଣ ପାଣି, ପାଲଲହଡା ବିଧାୟକ ଶ୍ରୀ ଆଶୋକ ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ। ସମୁଦାୟ ୧୨୬୪ ଟି ଭୋଟ ରହିଥିବା ବେଳେ ୧୨୪୭ ଗୋଟି ଭୋଟ ଗ୍ରହଣ ହୋଇଥିଲା। ଏଥି ମଧ୍ୟରୁ ତିନିଗୋଟି ଭୋଟ ନାକଚ ହୋଇଥିବା ବେଳେ ୧୨୪୪ଟି ଭୋଟ ବୈଧ ଘୋଷଣା ହୋଇଥିଲା।
ତନ୍ମଧ୍ୟରୁ ଆଲୁମିନିଅମ ମଜଦୂର୍ ସଂଘ ଏ ଏମ ଏସ କୁ ୫୦୨ ଗୋଟି ଭୋଟ, ନାଲକୋ ଏମ୍ପ୍ଲୋଇଜ ସଂଘ କ ୩୭୮ଟି ଭୋଟ ଓ ନାଲକୋ ପ୍ରୋଗ୍ରେଶିଭ ଏମ୍ପ୍ଲୟିଜ୍ ୟୁନିଅନ କୁ ୩୬୪ଟି ଭୋଟ ମିଳିଥିଲା।



