
ସିଂହପୁରର ବରିଷ୍ଠ ନାଗରିକ ମଞର ବାର୍ଷିକ ଉତ୍ସବ ଓ ଦିବ୍ୟାଙ୍ଗଙ୍କୁ ଆର୍ଥିକ ସହାୟତା ଏବଂ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ବରିଷ୍ଠ ନାଗରିକ ମଞର ବାର୍ଷିକ ଉତ୍ସବ ସ୍ଥାନୀୟ ସାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଇଞ୍ଜିନିୟର ପଦ୍ମନାଭ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ 18 ଜଣ ଦିବ୍ୟାଙ୍ଗ କୁ 5 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ଥିଲା। ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ନାୟକ ସମ୍ପାଦିକୀୟ ବିବରଣୀ ପ୍ରଦାନ କରିଥିଲେ। ରାଜକନିକା ସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଦାମୋଦର ବେହେରା, ଯୋଗଦେଇ ଥିଲେ।ବରେଣ୍ୟ ଅତିଥି ଭାବେ ଗଡମଧୁପୁରର ରାଣୀ ଅପର୍ଣ୍ଣା ଧୀର ନରେନ୍ଦ୍ର ସିଂ, ବରେଣ୍ୟ ବକ୍ତା ଭାବେ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ଓ ସମାଜସେବୀ ପଦ୍ମାକର ଗୁରୁ ଯୋଗଦେଇ କହିଥିଲେ ଯେ ସମାଜର ବରିଷ୍ଠ ନାଗରିକ ମାନେ ଦେଶ,ଜାତି ଏବଂ ସମାଜର ସର୍ବଶ୍ରେଷ୍ଠ ସମ୍ପତ୍ତି ବୋଲି ମତପ୍ରକାଶ କରିଥିଲେ।ଅନୁଷ୍ଠାନ ପକ୍ଷରୁ 30 ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ସଭାର ପ୍ରଥମେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ ପ୍ରଦୀପ କୁମାର ଜେନା ମଞ ପରିଚାଳନା କରିଥିଲେ। ଶିକ୍ଷାବିତ ନାରାୟଣ ଚନ୍ଦ୍ର ଦାସ ମନ୍ତ୍ର ପାଠ ଓ ଶିକ୍ଷକ ଭରତ ଚନ୍ଦ୍ର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।




