କେନ୍ଦୁଝର ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଜନ ଅଧିକାର ସମାବେଶ ଅନୁଷ୍ଠିତ।
କେନ୍ଦୁଝର ଜିଲ୍ଲା ଯୋଡ଼ା ବନେଇକଳା ଖେଳ ପଡ଼ିଆରେ କଂଗ୍ରେସ କମିଟି ପକ୍ଷରୁ ଜନଅଧିକାର ସମାବେଶ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ଯୋଡ଼ା ଠାରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପାରିକ ନୃତ୍ୟ ବାଦ୍ୟ ର ତାଳେ ତାଳେ କଂଗ୍ରେସର କର୍ମୀ ମାନେ ପାଛୋଟି ନେଇଥିଲେ।ଏହି ସମାବେଶରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ , କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ୍, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ । କେନ୍ଦୁଝର ଜିଲ୍ଲାରେ ଜଳ ଜଙ୍ଗଲ ଜମିର ଅଧିକାର ସହ ଖଣି ଦୁର୍ନୀତି , ଖଣି ଅଞ୍ଚଳ ରେ ପ୍ରଦୂଷିତ ଜଳ,ବାୟୁ ପ୍ରଦୂଷଣ , ଖଣି ଦୂର୍ନୀତି ସ୍ଲରି ପାଇପ ଯୋଗେ ଖଣିଜ ଦ୍ରବ୍ୟ ପରିବହନ ଆଳରେ କାନପୁର ଜଳସେଚନ ପ୍ରକଳ୍ପର ପାଣି ଚାଷୀଙ୍କ ବଦଳରେ ଖଣି କମ୍ପାନୀକୁ ଯୋଗାଇ ଦେବା, ସମସ୍ତଙ୍କ ପାଇଁ ସମାନ ତଥା ଗୁଣାତ୍ମକ ଶିକ୍ଷା ଓ ସ୍ଵାସ୍ଥ୍ୟସେବା, ରାଜ୍ୟରେ ମଧ୍ୟମ ଓ କୁଟୀର ଶିଳ୍ପ ଜରିଆରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ବେକାରୀ ସମସ୍ୟା, ଏସବୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୁମଣ୍ଡଳୀ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

