କଟକ: ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବୋଧନ କରି କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡିଶାରେ ଶାସନ କରୁଛି । ବିଜେପି ସରକାର ସଠିକ ଦିଗରେ ଓଡିଶାକୁ ଆଗେଇ ନେଉଛି । ଗୁଜୁରାଟ ଭଳି ଓଡିଶାର ମଧୟ ବିକାଶ ହେବ । ଗୁଜୁରାଟ ଭଳି ଓଡିଶାର ପ୍ରତିଟି ଗାଁରେ ଡାଏରୀ ପହଁଞ୍ଚିବ । ୩୬ ଲକ୍ଷ ଗ୍ରାମୀଣ ମହିଳା ଅମୁଲକୁ ଆନ୍ଦୋଳନରେ ପରିଣତ କରିଛନ୍ତି ।
ଓଡିଶାରେ ବି ଗ୍ରାମୀଣ ଜନଜୀବନକୁ ସମୃଦ୍ଧ କରାଯିବ । ବିକଶିତ ରାଜ୍ୟ ମଧ୍ୟରେ ଓଡିଶା ବି ସ୍ଥାନ ପାଇବ । ଏହାର ବିକାଶ ପାଇଁ ଅତୀତରେ କେହି ଉଦ୍ୟମ କରିନଥିଲେ । ଦେଶ ପାଇଁ ଗୌରବର କଥା ଯେ ଇଫକୋ ସର୍ବବୃହତ ସମବାୟ ସଂସ୍ଥା । ଇଫକୋର ମାଲିକ ହେଉଛନ୍ତି ୫ କୋଟି କୃଷକ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

