ଶ୍ରୀ ଜଗନ୍ନାଥ ଦର୍ଶନରେ ଗଲେ ୧୩୧ ଜଣ ବରିଷ୍ଠ ନାଗରିକ

ଅନୁଗୋଳ,ତା.୦୭. ୦୩ :- ଆଜି ଅପରାହ୍ନରେ ସ୍ଥାନୀୟ ସଭାଘର ଠାରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଜିଲ୍ଲାର ୧୩୧ ଜଣ ବରିଷ୍ଠ ନାଗରିକ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ଅତିଥିମାନେ ଯୋଗ ଦେଇ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସରକାରଙ୍କର ଅଭିନବ ପ୍ରୟାସର ପ୍ରଶଂସା କରିବା ସହିତ ତୀର୍ଥ ଯାତ୍ରୀମାନଙ୍କର ନିରାପଦ ଯାତ୍ରା କାମନା କରିଥିଲେ । ସେହିପରି ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଊପରେ ରହୁ ଏବଂ ସମସ୍ତେ ଶାନ୍ତିର ସହ ଦର୍ଶନ ସାରି ନିଜ ଘରକୁ ଫେରନ୍ତୁ ବୋଲି କହିଥିଲେ । ୪ ଟି ଜଣ ଲେଖାଏଁ ବସ୍ରେ ସମସ୍ତ ବରିଷ୍ଠ ନାଗରିକଙ୍କ ସହ ଜିଲ୍ଲା ପ୍ରଶାସନ ତରଫରୁ ୪ ଏସକର୍ଟ ଅଫିସର, ପାରା ମେଡିକାଲ ଷ୍ଟାଫ ଓ ଓଡିଶା ରାଜ୍ୟ ସଡକ ପରିବହନ ନିଗମର କର୍ମଚାରୀ ପ୍ରମୁଖ ସାଥିରେ ଯାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ ଧଳ, ଜିଲ୍ଲା ଆପାତ କାଳିନ ଅଧ୍ବକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା ପ୍ରମୁଖ ଊପସ୍ଥିତ ଥିଲେ ।




