ଅଷ୍ଟମ ବାର୍ଷିକ ଉତ୍ସବକୁ ଧୁମଧାମରେ ପାଲିତ ହୋଇଯାଇଛି।

କଳାହାଣ୍ଡି ଜୁନାଗଡ଼। (ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ)ତା 04.03.2026 ରିଖ ଦିନ ଶ୍ରୀ ଧୃବ କାନ୍ତ ପାଢୀ ଙ୍କ ସଭାପତିତ୍ବରେ ବିଶ୍ଵନାଥପୁର,ଦେଉଣ୍ଡି ଠାରେ ବଗଡିଆ ପାଢୀ ପରିବାର ର ଅଷ୍ଟମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଦେଉଣ୍ଡି ,ବାନେର ,ଦାସୀଗାଁ ରୁ 200 ଜଣ ସଦସ୍ୟ ଉପସ୍ଥିତ ରହିଥିଲେ l ପାଢୀ ପରିବାର କୁ କିପରି ସୁଦୃଢ ଓ ସମସ୍ତେ ମିଳିମିଶି ରହିବେ ସେହି ବିଷୟରେ ଆଲୋଚନା ହୋଇଥିଲା l ବରାବର ର ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ବିଶ୍ଵନାଥ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଘାସିରାମ ପାଢୀ ଙ୍କୁ ବଗଡିଆ ପାଢୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବଗଡିଆ ପାଢୀ ପରିବାର 300 ବର୍ଷ ର ବଂଶାବଳୀ ,”ବିଶ୍ଵନାଥ “ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା l ସଭା କାର୍ଯ କୁ ଶ୍ରୀ ବିଶ୍ଵ ମୋହନ ପାଢୀ ପରିଚାଳନା କରିଥିବା ବେଳେ ଶ୍ରୀ ମନ୍ମଥ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l




