ପଦ୍ମାବତୀପୁର (ବଉଳପୁର ) ରେ ମହାଆଡମ୍ବର ରେ ପାଳିତ ହେଲା ଷଷ୍ଠ ଦୋଳଯାତ୍ରା

Dt -10/03/2026
ତାଳଚେର – କୋଇଲାଖଣି ଦ୍ୱରା ବିସ୍ଥାପିତ ହେବା ପରେ ମଧ୍ୟ ଏକତ୍ରିତ ହୋଇ ପ୍ରଭୁ ଦୋଳଗୋବିନ୍ଦଙ୍କ ଷଷ୍ଠ ଦୋଳଯାତ୍ରା ପାଳନ କଲେ ନୂତନ ଭାବେ ଗଠିତ ହୋଇଥିବା ପଦ୍ମାବତୀପୁର ପଞ୍ଚାୟତ ବଉଳପୁର ଗ୍ରାମବାସୀ । ବିସ୍ଥାପିତ ହେବା ପରେ ନିଜର ସଂସ୍କୃତି ,ପରମ୍ପରା ଓ ଭାଇ ଚାରାକୁ ଅକ୍ଷୁର୍ଣ୍ଣ ରଖି ନୂତନ ଗ୍ରାମରେ ଗତ ତିନିବର୍ଷଠାରୁ ନୂତନ ଭାବେ ଷଷ୍ଠଦୋଳଯାତ୍ରା ମହା ଆଡମ୍ବରରେ ପାଳନ କରିଛନ୍ତି ପଦ୍ମାବତୀପୁର ଗ୍ରାମବାସୀ । ଗତ ଦୁଇ ବର୍ଷ ଅପେକ୍ଷା ଧୀରେ ଧୀରେ ଲୋକଙ୍କ ସମାଗମ ବଢ଼ିବାରେ ଲାଗୁଛି। ଏକ ସୁସଜିତ ବିମାନ ରେ ପାଟ ପଟୁଆର ରେ ପ୍ରଭୁ ଦୋଳ ଗୋବିନ୍ଦ ଙ୍କୁ ପୂଜାର୍ଚ୍ଚନା କରି ଗ୍ରାମପରିକର୍ମା କରି ଦୋଳ ମଣ୍ଡପ କୁ ଅଣାଯାଇଥିଲା । ଗ୍ରାମ ସଭାପତି ଗିରିଷ ଚନ୍ଦ୍ର ଖିଲାର ,ସେକ୍ରେଟାରୀ ବାପୁନ କୁମାର ସାହୁ, କମିଟ ସଦସ୍ୟ ରାଜେନ୍ଦ୍ର ସାହୁ ,ଜିତେନ୍ଦ୍ର ସାମନ୍ତ,ଦିଲ୍ଲୀପ ସାହୁ ,ସଞ୍ଜୟ ଭୁତିଆ ଓ ହେମନ୍ତ ସାହୁ ଯାତ୍ରା କମିଟ ର ସକ୍ରିୟ ସଦସ୍ୟ ଙ୍କ ଉପସ୍ଥିତ ରେ ଶାନ୍ତିଶୃଙ୍ଖଳା ର ସହିତ ଯାତ୍ରା ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ଗ୍ରାମବାସୀ ଙ୍କ ଏକତା କୁ ପ୍ରଶଂସା କରିଥିଲେ ପରେ ପରେ ଅନୁଗୋଳ ଜିଲ୍ଲା ବିଜେପି ଉପ ସଭାପତି ଇଂ . ମନୋଜ କୁମାର ପ୍ରଧାନ ,ବିଜେପି ବରିଷ୍ଠ ନେତା ରାଜେନ୍ଦ୍ର ସିଂ ଓ ରତ୍ନାକର ସାହୁ ଯୋଗ ଦେଇ ସଂସ୍କୃତି ଓ ପରମ୍ପରା କୁ ବଜାଇ ରଖିଥିବାରୁ ଗ୍ରାମବାସୀ ଙ୍କୁ ପ୍ରସଂଶା କରିଥିଲେ ।



