ଓଜେପିଟି ପକ୍ଷରୁ କଟକରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କଟକ,୦୯-୦୩-୨୦୨୬ ରିଖ ଓଡିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ (ଓଜେପିଟି) ପକ୍ଷରୁ ଟାଉନ ହଲ୍ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମହିଳା ସଶକ୍ତିକରଣ,ନେତୃତ୍ୱ ଓ ସାମାଜିକ ଉନ୍ନତିର ଆଭିମୁଖ୍ୟ ଉପରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ବାଳିକାମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ,ରଚନା ଲେଖନ,ହେୟାର ଏଣ୍ଡ ମେକଅପ୍,ନେଲ୍ ଆର୍ଟ, ମେହେନ୍ଦି ଓ ମିଲେଟ୍ ରେସିପି ପ୍ରତିଯୋଗିତାରେ ଯୁବ ପ୍ରତିଭା ଓ ଛାତ୍ରୀମାନଙ୍କ ଉତ୍ସାହଭର ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ ମୂଖ୍ୟ ଡ଼.ଚିଦାତ୍ମିକା ଖଟୁଆ ନମ୍ରତା ଚଡଢା, ସୁକୃତି ପଟ୍ଟନାୟକ ଓ ଶ୍ରୀମତୀ ସୁଚିସ୍ମିତା ହୋଟା ପ୍ରମୁଖ ଅତିଥିମାନେ ପ୍ରେରଣାଦାୟକ ଉଦବୋଧନ ରଖିଥିଲେ। ସେମାନେ ଶିକ୍ଷା, ଆତ୍ମନିର୍ଭରଶୀଳ ଓ ସମାନ ସୁଯୋଗ ମାଧ୍ୟମରେ ମହିଳା ସଶକ୍ତିକରଣର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।ମହିଳା ସଶକ୍ତିକରଣ ବିଷୟରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାରେ ସମାଜ, ପ୍ରତିଷ୍ଠାନ ଓ ଯୁବପିଢୀର ଭୂମିକାକୁ ଉଲ୍ଲେଖ କରାଯାଇଥିଲା।ଯାହା ମହିଳାମାନଙ୍କ ପାଇଁ ସମ୍ମାନ,ନ୍ୟାୟ ଓ ସୁଯୋଗ ସୁନିଶ୍ଚିତ କରିବାରେ ଆବଶ୍ୟକ।
ସଭାର ଏକ ପ୍ରମୁଖ ଆକର୍ଷଣ ଭାବରେ ଯୁବ ଉଦୟମାନ ପ୍ରତିଭା ଓ ସଫଳତା ଅର୍ଜନ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା।ଯାହା ସେମାନଙ୍କ ର ଅଦମ୍ୟ ପ୍ରୟାସ ଓ ସଫଳତାକୁ ଉତ୍ସାହିତ କରିଥିଲା।
ଓଜେପିଟିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ୱାଇଁ ଓ ଉପାଧ୍ୟକ୍ଷା ମନୋରମା ଦେଇ ସମସ୍ତ ଅଂଶ ଗ୍ରାହୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ମହିଳାମାନଙ୍କୁ ତାଙ୍କର କୌଶଳ ନେତୃତ୍ୱ ଓ ବିକାଶ କ୍ଷତ୍ରରେ ଏପରି ଏକ ସୁଯୋଗ ସୃଷ୍ଟି କରିବାର ଅବସରକୁ ପ୍ରସଂଶା କରିଥିଲେ।
“ମହିଳାମାନେ ହିଁ ସମାଜକୁ ଉତ୍ତମ ଦିଗକୁ ପରିବର୍ତ୍ତନ କରିବାର ଏକ ମୂଳ ଉତ୍ସ ”ଏହା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା। ସଭା ଶେଷରେ ରାଜ୍ୟର ଯୁବ ସଶକ୍ତିକରଣ,ମହିଳା ସଶକ୍ତିକରଣ ଓ ସାମାଜିକ ଉନ୍ନତି ପାଇଁ ଓଜେପିଟିର ନିରନ୍ତର ପ୍ରୟାସକୁ ଆଗକୁ ବଢ଼ାଇ ନେବାର ପ୍ରତିବଦ୍ଧତାକୁ ଆଲୋକପାତ କରାଯାଇଥିଲା।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)