ଅବକାରୀ ବିଭାଗର ଚଢ଼ାଉ ତିନିଶହ ଲିଟର ମଦଜବତ, ଗାଡିସମେତ ଦୁଇଜଣ ଗିରଫ

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ମହୁଲି ଜବତ୍ ଗାଡ଼ିସହ ଦୁଇଜଣ ଗିରଫ। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ବାଂଶପାଣି ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉକରି ଏକ କାରରୁ ତିନିଶହ ଲିଟର ମହୁଲି ଜବତ କରିବା ସହ ଜଣେ ମହିଳା ଏବଂ ଜଣେ ପୁରୁଷକୁ ଗିରଫ କରିଛି ଅବକାରୀ ବିଭାଗ।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଜୁରୁଡି ଅଞ୍ଚଳର ଅଜିତ ହେମ୍ବ୍ରମ(୨୦) ଏବଂ ଜଣେ ମହିଳା ଜ୍ୟୋସ୍ନା ସାହୁ (୩୮) ହୋଇଥିବା ନେଇ ସୂଚନା। ବେଆଇନ୍ ମଦ ବ୍ୟବସାୟୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗରର ବେଆଇନ ମଦ ଵିରୋଧରେ ସ୍ୱତନ୍ତ୍ର ଡ୍ରାଇଭ ଚାଲୁଥିବା ବେଳେ ମଙ୍ଗଳବାର ଦିନ ଯୋଡ଼ା ଥାନା ଅନ୍ତର୍ଗତ ବାଂଶପାଣି ନିକଟରେ ବିଶ୍ଵସ୍ତ ସୂତ୍ରରୁ ଖବରପାଇ ଏସ.ଆଇ ଶୁଭମ ବିଶ୍ୱାଳ ,ଏ.ଏସ.ଆଇ ପ୍ରଶାନ୍ତ ପରିଡା ଏବଂ ସହକର୍ମୀଙ୍କ ଏକ ମିଳିତ ଟିମ ଚଢାଉ କରି ଗାଡି ନମ୍ବର ଓ.ଆର.0୨-ଏ-ଏସ-୫୫୬୦ ରେ ମହୁଲି ମଦ ଚାଲାଣ ବେଳେ ତାକୁ ଧରିଥିଲେ।ଏହି ଚଢ଼ାଉ ରେ ଉକ୍ତ ଗାଡିରୁ ପାଖାପାଖି ତିନିଶହ ଲିଟର ମହୁଲି ଜବତ କରିବା ସହ ଗାଡିକୁ ମଧ୍ୟ ଜବତକରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ବଡ଼ବିଲ କୋର୍ଟଚାଲାଣ କରାଯାଇଥିବା ନେଇ ଯୋଡ଼ା ଅବକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


