କଟକ ସୁଇଟ୍ସ ମିଠା ଦୋକାନରେ ଗ୍ୟାସ୍ ବିସ୍ଫୋରଣ,ଜଳିଗଲା ମାର୍କେଟ
ଅନୁଗୋଳ: ଅନୁଗୋଳ ବନ୍ତଳା ଥାନା ଅନ୍ତର୍ଗତ ମଦନମୋହନ ମାର୍କେଟରେ ଥିବା କଟକ ସୁଇଟ୍ସ ମିଠା ଦୋକାନରେ ହଠାତ୍ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଯାହା ଫଳରେ ଉକ୍ତ ଦୋକାନ ସଂପୂର୍ଣ୍ଣ ଜଳିପଡ଼ି ପାଉଁଶ ହୋଇ ଯାଇଛି। ଏହା ସହିତ ସମ୍ପୂର୍ଣ୍ଣ ମାର୍କେଟ ଜଳି ଯାଉଛି। ମିଳିଥିବା ସୂଚନା ଅନୁସାରେ କଟକ ସୁଇଟ୍ସ ମିଠା ଦୋକାନରେ ଆଜି ଅପରାହ୍ନ ସମୟରେ ଗ୍ୟାସରେ ବସାଇ ମିଠା ଓ ଅନ୍ୟ ଖାଇବା ଜିନିଷ ତିଆରି କରୁଥିବା ବେଳେ ଗ୍ୟାସ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ମିଠା ଦୋକାନ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା ବେଳେ ଆଖପାଖରେ ଥିବା ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଦୋକାନ ଜଳୁଥିବା ଦେଖା ଦେଇଛି। ଖବର ପାଇ ଘଟଣା ସ୍ଥଳରେ ବନ୍ତଳା ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସୂଚନା ମିଳିଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-4-scaled.jpg)