ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ଣରେ କାଳବୈଶାଖୀ ହୋଇଛି। ପ୍ରବଳ ପବନ ଯୋଗୁଁ ଅନେକ ସ୍ଥାନରେ ଚାଳଘର ଭାଙ୍ଗିଛି। ସେହିପରି କାରକୁ କ୍ଷତି ପହଞ୍ଚାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ମୟୂରଭଞ୍ଜଜିଲ୍ଲାକରଞ୍ଜିଆ ବ୍ଲକ କିଆପାଣପଶିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମଳିଛି। ଏଠାରେ କାର ଓ ଅଟୋକୁ କାଳବୈଶାଖୀ ପ୍ରଭାବିତ କରିଥିବା ବେଳେ ଚାଳଛପର ଘର ଉଡ଼ାଇଛି।
ଅନ୍ୟପଟରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସେହିପରି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର କଙ୍କଡ଼ା ଗାଁରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ପବନରେ ୭୦କିମିରୁ ଅଧିକ ଥିବାରୁ ଖପର ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଭୟଙ୍କର ପବନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ସହ ରାସ୍ତାରେ ଯାଉଥିବା କିଛି ଗାଡ଼ିକୁ ମଧ୍ୟ ପବନ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ଏକ ଅଟୋ ପବନରେ ଉଡ଼ି ପୋଖରୀରେ ପଡ଼ିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।
ଯାଜପୁର ଜିଲ୍ଲା ବରୀସ୍ଥିତ ମାଉଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟଟି ହଠାତ ଭାଙ୍ଗି ପଡ଼ିଥିଲା। ଏହାର କାରଣ ପେଟ୍ରୋଲ ପମ୍ପ ନିକଟରେ ଟଣା ଯାଇଥିବା ୧୧କେଭି ତାର ଉପରେ ନିକଟରେ ଥିବା ଏକ ଅମୃତଭଣ୍ଡା ଗଛ ଭାଙ୍ଗି ପଡ଼ିଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ପୂର୍ବରୁ ଦୁର୍ବଳ ଥିବା ସିମେଣ୍ଟ ବିଦ୍ୟୁତ ଖୁଣ୍ଟଟି ଟାଣିହୋଇ ଭାଙ୍ଗି ଯାଇଥିଲା। ଖୁଣ୍ଟଟି ଭାଙ୍ଗି ଯିବା ପରେ ଅନ୍ୟ ଏକ ଲୁହା ଖୁଣ୍ଟ ଉପରେ ପଡ଼ିଥିଲା। ରିପୋର୍ଟ ଲେଖା ହେଲା ବେଳକୁ ପ୍ରାୟ ୪ ଘଣ୍ଟା ଧରି ବିଦ୍ୟୁତ ସର ବରାହ ୧୦ କିମି ବ୍ୟାପି ବ୍ୟାହତ ହୋଇଛି। ଫଳରେ ବରୀ ମାଉଣ୍ଡ, ରମ୍ପା, ଆନ୍ଦପୁର, ନେଉଳା, ବାଗଦା, ବରୀ, କାଇପଡା, ଅନ୍ୟାସୀପୁର, ରାମଚନ୍ଦ୍ରପୁର, ଅଲିପୁର, ରାଜାତୋଟା ସହିତ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଅନ୍ଧାରରେ ରହିଛି।



