କରୋନା ମୁକାବିଲା ପାଇଁ ଗୋଟିଏ ଦିନର ବେତନ ରାଶି ପ୍ରଦାନ କଲେ ବଅଁରପାଳ ବ୍ଲକ ଶିକ୍ଷକ ସଂଘ
ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଶିକ୍ଷକ ସଂଘ ଆନୁକୂଲ୍ୟରେ କୋଭିଡ – ୧୯ ପରିପେକ୍ଷୀରେ ବ୍ଲକର ୬୪୦ ଜଣ ବିଭିନ୍ନ ବର୍ଗର ଶିକ୍ଷକମାନଙ୍କର ଗୋଟିଏ ଦିନର ବେତନ ରାଶି ଛଅଲକ୍ଷ ଅଠାନବେ ହଜାର ଆଠଶହ ଅଠାବନ ଟଙ୍କା ଓଡିଶାର ମାନ୍ୟବର ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଓ ଅନୁଗୋଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ଅର୍ପଣ କରାଯାଇଅଛି। ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଅଁରପାଳ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବାରିକ, ସହଶିକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର, ସୁଷମା ପଟ୍ଟନାୟକଙ୍କ ସମେତ ବ୍ଲକ ଶିକ୍ଷକ ସଂଘ ର ଉପଦେଷ୍ଟା ପ୍ରଦୀପ କୁମାର ମାଝି, ମହେଶ୍ଵର ସାହୁ, ସଂଘର ସଭାପତି ଶରତ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଦସ୍ଯ ପ୍ରସନ୍ନ ସାମଲ, ରାଜକିଶୋର ସାହୁ ଚେକ୍ ମାଧ୍ୟମରେ ଉକ୍ତ ସହାୟତା ରାଶି ପ୍ରଦାନ କରିଥିଲେ। ବ୍ଲକର ମୁଖ୍ୟ କିରାଣୀ ଧରଣୀଧର ବାରିକ ଓ ଡାଟା ଏଣ୍ଟ୍ରି ଅପରେଟର ସପେନ୍ଦ୍ର କୁମାର ସାହୁ ଏବଂ ସମସ୍ତ ପ୍ରକାରର ପଦାଧିକାରୀ ଉପସ୍ଥିତ ରହି ରାଶି ପ୍ରଦାନ କରିଥିଲେ। ଉପବାଚସ୍ପତି ଓ ଜିଲ୍ଲାପାଳ ମହୋଦୟ ଶିକ୍ଷକମାନ ଙ୍କୁ ଏପରି ବଦାନ୍ୟତାର ଉଚ୍ଚ ପ୍ରଶଂସା କରିଥିଲେ।




