
ଜେ ବି ଏନ, ୮/୧୨/୨୦୨୦, ଭୁବନେଶ୍ବର : ଆଜି କୃଷି ବିରୋଧୀ ନୀତିକୁ ବିରୋଧ କରି ଦେଶରେ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଥିଲା l ପ୍ରାୟ ୧୬ ଟି ରାଜନୈତିକ ଦଳର ସମର୍ଥନ ଏହି ବନ୍ଦ ପାଳନ ରେ ରହିଛି l ରାସ୍ତାରେ ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଅଟକି ରହିଛି l ରାଜ୍ଯ ବାହାରକୁ ଯାଉଥିବା ଶହ ଶହ ବସ, ଟ୍ରେନ୍ ସବୁ ଅଟକି ରହିଛି l କହିବାକୁ ଗଲେ ଓଡ଼ିଶାରେ ଚକା ଜାମ୍ ପରିସ୍ଥିତି ସୃଷ୍ଟି ହୋଇଛି l ଭୁବନେଶ୍ବର, ରାଉରକେଲା ଓ ବିଭିନ୍ନ ମେଟ୍ରୋ ସହର ଗୁଡିକରେ ମଧ୍ଯ ବନ୍ଦ ର ପ୍ରଭାବ ରହିଛି l ତେବେ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି l




