ତାଳଚେର କୋଇଲା ଖଣି ଶ୍ରମିକ ମହାସଂଘ ପକ୍ଷରୁ ଗଣଧାରଣା
ତାଳଚେର, ୧୬/୦୩ ଆଜି ବିଭିନ୍ନ ଦାବିକୁ ନେଇ କୋଇଲା ଖଣି ଶ୍ରମିକ ମହାସଂଘ ଏଚଏମଏସ୍ ପକ୍ଷରୁ ଜଗନ୍ନାଥ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ପ୍ରାୟ ଦୀର୍ଘଦୀନ ହେବ ସେମାନଙ୍କ କହିବା ଅନୁଯାୟୀ ବିଭିନ୍ନ ଫୋରମର ପରିଚାଳନା ସହ ଆନେକ ଆଲୋଚନା ପରେ ମଧ୍ୟ ନିମ୍ନଲିଖିତ ବିଷୟ ଗୁଡ଼ିକ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ ଯାହା ପାଇଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଦାବି ଗୁଡ଼ିକ ହେଲା ତାଳଚେର କୋଇଲା କ୍ଷେତ୍ରର ରିବିବାର ଏବଂ ପିଏଚଡ଼ି ଉପରେ ପ୍ରତିବନ୍ଧକ, ଏନଏସସିଏଚ ସ୍ଥାନାନ୍ତର ସମେତ ଚିକିତ୍ସା ସମେତ, ପାନୀୟଜଳ ସୁବିଧା, ୧୨.୦୨.୨୦୨୬ରେ ବିଭିନ୍ନ ସ୍ଥାନରେ ଧର୍ମଘଟରେ ବେଆଇନ ମଜୁରୀ ପ୍ରଦାନ, ଖଣିରେ ସୁରକ୍ଷା, ଇତ୍ୟାଦିକୁ ନେଇ କୋଇଲା ଖଣି ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ବେହେରାଙ୍କ ତତ୍ୱାବଧାନରେ, ହିଙ୍ଗୁଳା ଓସିପିର ଅଭୟ ଗଡ଼ନାୟକ, ବିଶିକେଶନ ପ୍ରଧାନଙ୍କ ସହ ଶତାଧିକ ଶ୍ରମିକଙ୍କୁ ନେଇ ତାଳଚେର ଜଗନ୍ନାଥ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।



