ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ପ୍ରତିମୂର୍ତି ଉନ୍ମୋଚନ ଓ ସ୍ମୃତି ସଭା
ତାଳଚେର, ୧୭/୦୩ ତାଳଚେର ପୌରାଚଂଳ ଅନ୍ତର୍ଗତ ୱାର୍ଡ ନଂ-୧୮ ସ୍ଥିତ ଦେଉଳବେଡା ତେଲିସାହି ଯାତ୍ରା ପଡିଆ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ପ୍ରତିମୂର୍ତି ଉନ୍ମୋଚନ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରାଜ୍ୟ ପଂଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ତାଳଚେର ପୌର ନଗରପାଳ ପବିତ୍ର ଭୂତିଆ, ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଇଂ ମନୋଜ କୁମାର ପ୍ରଧାନ, ଲୀନା ସାହୁ, ନବ କିଶୋର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ତୁଷାର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଜ୍ଞାନେଶ୍ୱର ସାହୁ, କୈଳାସ ସାହୁ, ବିଘ୍ନେଶ୍ୱର ସାହୁ, ନିହାର କୁମାର ସାହୁ, ରାହୁଲ୍ ପୃଷ୍ଟି, ବିକାଶ ସାହୁ, ସୁଷାରକାନ୍ତ ସାହୁ, ପ୍ରିୟବ୍ରତ ପୃଷ୍ଟି, ରାଜେନ୍ଦ୍ର ପୃଷ୍ଟି, ପ୍ରଣବ ପ୍ରକାଶ ପୃଷ୍ଟି, କାର୍ତିକେଶ୍ୱର ସାହୁ, ଗଣେଶ୍ୱର ସାହୁ, ନିରାକାର ପୃଷ୍ଟି, ବାଦଲ କୁମାର ସାହୁ, ମିହିର କୁମାର ସାହୁ, ବାବୁଲାଲ୍ ପୃଷ୍ଟି, କିରଣ କୁମାର ସାହୁ, ରୋହିତ କୁମାର ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥତ ଥିଲେ ।

April 19, 2026/
No Comments


