ହିନ୍ଦୁ ଏକତାମଞ୍ଚ ପକ୍ଷରୁ ହିନ୍ଦୁ ନବବର୍ଷ ଅବସରରେ ଶୋଭାଯାତ୍ରା

ହିନ୍ଦୁ ନବବର୍ଷ ଅବସରରେ ହିନ୍ଦୁ ଏକତାମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ହିନ୍ଦୁ ନବବର୍ଷ ଉପଲକ୍ଷେ ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳାଙ୍କୁ ନେଇ ପାଦରେ ଚାଲି ଚାଲି ଏକ ବିଶାଳ ଶୋଭାଯାତ୍ରା ବଡ଼ବିଲ ଶିବଛକ ନିକଟରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିରରୁ ବାହାରି ସମଗ୍ର ବଡ଼ବିଲ ସହର ପରିକ୍ରମା କରିବା ସହ ଜୟ ଶ୍ରୀ ରାମ ଓ ଏକ ହି ଦେଶ ଏକ ହିଁ ନାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଧ୍ବନିରେ ସମଗ୍ର ବଡ଼ବିଲ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଓ ଏହି ଶୋଭାଯାତ୍ରା ବଡ଼ବିଲ ହରିହର ମନ୍ଦିରର ପ୍ରାଙ୍ଗଣରେ ଶେଷ ହୋଇଥିବା ଦେଖିବାକୁ ମିଳିଥିଲା। ଏବଂ ଏହି ଶୋଭାଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ପାଇଁ ସର୍ବତ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା ଏବଂ ବଡ଼ବିଲ ହରିହର ମନ୍ଦିରର ପ୍ରାଙ୍ଗଣରେ ଏହି ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ମନ୍ଦିର ପ୍ରାଙ୍ଗଣରେ ସମସ୍ତଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା। କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ତଥା ଅଘଟଣକୁ ଏଡ଼ାଇବା ପାଇଁ ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




