
ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ
ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ l ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ସ୍ଥିତ ପୋଷ୍ଟ ଅଫିସ ଛକ ଠାରେ କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ତଥା ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ! ଚାଷୀ କୁ ପେନସନ ଓ ସୁଦୃଢ କୃଷି ଭିତିଭୂମି ! , ରିଲିଫ କୋର୍ଡ ସଂଶୋଧନ ! , ଜଳସେଚନ, ! ଜଳ ନିଷ୍କାସନ, ! ସରକାରୀ ଶୀତଳ ଭଣ୍ଡାର, ! ଅତ୍ୟଧିକ ବିଦ୍ୟୁତ ବିଲ ପ୍ରତ୍ୟାହାର ! , ବେକାରୀକୁ ନିଯୁକ୍ତି ପ୍ରମୁଖ ଦାବିରେ ସିଆଇଟିୟୁ, ! ଅଖିଳ ଭାରତ କୃଷକ ସଭା ! , ଭାରତୀୟ କମ୍ୟୁନିଷ୍ଟ ପାର୍ଟି ! ନବ ନିର୍ମାଣ କୃଷକ ସଂଗଠନ ! ପ୍ରମୁଖ ବିଭିନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା ! ଶତାଧିକ ଆନ୍ଦୋଳନକାରୀ ପୋଷ୍ଟ ଅଫିସ ଛକରେ ଦୀର୍ଘ ସମୟ ପ୍ରତିବାଦ ସଭା ରେ କେନ୍ଦ୍ର ସରକାର କୁ କଟୁ ସମାଲୋଚନା କରିଥିଲେ ! ଏ ସମସ୍ତ କାର୍ଯ୍ୟକ୍ରମ କୁ ସଂଗ୍ରାମୀ ନେତା ଲୋଭାକାନ୍ତ ସ୍ୱାଇଁ ! ସତ୍ୟ ରଞ୍ଜନ ମହାନ୍ତି !ପ୍ରଦୀପ୍ତ ରାମ !ରଶ୍ମି ରଞ୍ଜନ ସ୍ୱାଇଁ, ଦେବୀ ପ୍ରସାଦ ମହାରଣା, ପ୍ରମୁଖ ପରିଚାଳନା କରିଥିଲେ !




