
ନାଲକୋ ରେ ଭାରତ୍ ବନ୍ଦ ର ପ୍ରଭାବ ସଫଳ
ଜେ . ବି. ଏନ୍ (୦୮/୧୨ /୨୦୨୦), ଅନୁଗୁଳ :ଅନୁଗୁଳ ଜିଲ୍ଲା ନାଲକୋ ଅଞ୍ଚଳରେ ଭାରତୀୟ କିଷାନ ପକ୍ଷରୁ କେନ୍ଦ୍ର ସରକାର କୃଷି ଆଇନ ପ୍ରତାୟନ କୁ ବିରୋଧ କରି ଭାରତ୍ ବନ୍ଦ ଡାକରାକୁ ସମର୍ଥନ କରୁଥିବା କଂଗ୍ରେସ ଦଳର ତରଫରୁ ନାଲକୋ ମେନ ଗେଟ ସମ୍ମୁଖ ସମେତ ୫୫ ନମ୍ଵର୍ ଜାତୀୟ ରାଜ ପଥ କୁ ଅବରୋଧ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା ଙ୍କ ନେତୃତ୍ଵରେ ଶତାଧିକ କଂଗ୍ରେସ କର୍ମୀ ରାସ୍ତା କୁ ଅବରୋଧ କରି ରଖିବ ସହ କେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ସ୍ଲୋଗାନରେ ନାରା ଦେଇଥିଲେ। କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଣିତ କୃଷି ଆଇନ ଟି କୃଷକଙ୍କ ମାରଣ ଅଟେ ସରକାର ତିନୋଟି ଚାଷୀ ବିରୋଧୀ ଆଇନ ପ୍ରଣୟନ କରିଛନ୍ତି। ଯେଉଁ ଥିରେ ଚାଷୀ ଙ୍କୁ ସର୍ବ ନିମ୍ନ ମୂଲ୍ୟ ଦେବାର ପ୍ରତିଶ୍ରୁତି ନାହିଁ। ଫଳାରେ ଚାଷୀ ମାନେ ଦଲାଲଙ୍କ ପାଖରେ ଖୁବ୍ କମ୍ ଦରରେ ନିଜର ଉତ୍ପାଦିତ ଷସ୍ୟ ବିକ୍ରି କରି ବାକୁ ପଡୁଛି। ନୂତନ ଆଇନ୍ ପାଇଁ କ୍ଷୁଦ୍ର ନାମ ମାତ୍ର ଚାଷୀ ମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିବ। ଦେଶ ରେ ଥିବା ଅଧାରୁ ଅଧିକ ଅଣ କୁଶଳ ଶ୍ରମିକ ନିଜର ରୋଜଗାର ହରାଇବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ଅଭିଯୋଗ କରିବା ସହ ତୁରନ୍ତ ଏହି କୃଷକ ମାରଣ ଆଇନ କୁ ପ୍ରତୟାହାର୍ ଦାବି କରିଥିଲେ। ଏହି ଆନ୍ଦୋଳନରେ ଅନ୍ୟ କର୍ମୀ ମାନେ ଯଥା ପ୍ରଦୀପ କୁମାର ପ୍ରଧାନ, ପ୍ରସନ୍ନ ସାହୁ, ଦିଲ୍ଲୀପ ମୁଦୁଲି, ଛବି ନାରାୟଣ ସାହୁ, ପ୍ରଶାନ୍ତ ବେହେରା ନରହରି ବେହେରା, ଓ ମଧୁ ଦେହୁରୀ ଙ୍କ ସମେତ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ। ଆନ୍ଦୋଳନ ର ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନାଲକୋ ପୋଲିସ୍ ଥାନା ପକ୍ଷରୁ ବହୁ ସଂଖ୍ୟାକ ପୋଲିସ୍ ମୁତୟନ ହୋଇଥିଲେ।




