
ରକ୍ତ ଦାନ,ଫଳ ବଣ୍ଟନ ସହିତ ଜନ୍ମ ଦିନ ପାଳନ :ଅନୁଗୋଳ ଜିଲ୍ଲା

ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ତାଳଚେର:ଆଜି ପ୍ରଥମାଷ୍ଟମୀ ଦିନ ଜନ୍ମ ଗ୍ରହଣ କରିଥିବା ତାଳଚେର କାରୀଗରପଡା ର ଯୁବକ ଶ୍ରୀ ଅମିତ କୁମାର ସାହୁ ନିଜର ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ପ୍ରଥମେ ନିଜେ ରକ୍ତଦାନ କରିବା ସହିତ ନିଜର ସାଙ୍ଗମାନେ ମଧ୍ୟ ରକ୍ତଦାନ କରି ତାଙ୍କର ଏହି ଜନ୍ମଦିନ କୁ ଆହୁରି ସ୍ମରଣୀୟ କରିଛନ୍ତି। ବାଦଲ ମହାପାତ୍ର, କିରଣ କୁମାର ସାହୁ,ମାନସ ପଟ୍ଟନାୟକ, ଶୁଭାଶିଷ ସାହୁ,ସୈାଭାଗ୍ୟ ମହାରଣା,ଦିପକ ଦାସ, ପ୍ରିତେସ ପଟ୍ଟନାୟକ,ବାନା ମହାପାତ୍ର,ସଞ୍ଜୟ ମହାପାତ୍ର ପ୍ରମୁଖ ୧୦ ୟୁନିଟ ରକ୍ତ ଦାନ କରିଥିଲେ। ପରେ ବିଭିନ୍ନ ୱାର୍ଡରେ ଫଳ ବଣ୍ଟନ କରି ଜନ୍ମଦିନ ଟିକୁ ସ୍ମରଣୀୟ କରିଛନ୍ତି। ଏହି ଜନ୍ମଦିନ ସମୟର ରକ୍ତଦାନ କାର୍ଯ୍ୟକ୍ରମକୁ ବାପି ମହାନ୍ତି,ସୁନିଲ ମହାପତ୍ର,ଟୁକୁନୁ ମହାପାତ୍ର,ନିଲନ ମହାରଣା ସହଯୋଗ କରିଥିଲେ। ଅମିତ କୁମାର ସାହୁଙ୍କ ଏଭଳି ନିଆରା ଚିନ୍ତାଧାରା କୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ତାଙ୍କର ତାଙ୍କର ଆଗାମୀ ଜୀବନ ଦିଘାୟୁ ଏବଂ ସୁଖମୟ କାମନା କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି।




