( ଜଗତସିଂହପୁର ଜ଼ିଲ୍ଲା ଯାଦବ ମହାସଂଘ ର ଦ୍ୱିତୀୟ ବାର୍ଷିକ ଉତ୍ସବ ରେ କାଠିଲଉଡିରେ କମ୍ପିଲା ଜଗତସିଂହପୁର ସହର )
ଜଗତସିଂହପୁର
ତା =23/3/26
ଯାଦବ ଜାତି ଏକ ଶ୍ରେଷ୍ଠ ଜାତି । ଭଗବାନ ଶ୍ରୀକୃଷ୍ଣ ଏହି କୂଳରେ ଜନ୍ମ ଲାଭ କରିଥିଲେ । ଯାଦବ ମାନେ ନିଜ ଅଧିକାର ପ୍ରତି ସଚେତନ ହେବା ଆବଶ୍ୟକ । ଏଥିପାଇଁ ଯାଦବ ମାନଙ୍କୁ ସଙ୍ଗଠିତ ହେବାକୁ ପଡିବ । ମୋଟ ଜନସଂଖ୍ୟାର ପଚିଶି ପ୍ରତିଶତ ଯାଦବ ଓଡ଼ିଶାରେ ବସବାସ କରନ୍ତି । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଯାଦବ ମାନଙ୍କ ସଂଖ୍ୟା ଅନ୍ୟମାନଙ୍କ ତୁଳନାରେ ସର୍ବାଧିକ । ତେଣୁ ଯାଦବ ମାନଙ୍କୁ ଏବେ ଏକାଠି ହେବାର ସମୟ ଆସିଛି ବୋଲି ଜିଲ୍ଲା ସ୍ତରୀୟ ଯାଦବ ସମାବେଶ ଓ ଲଉଡ଼ି ମହୋତ୍ସବରେ ଅତିଥି ମାନେ ମତପ୍ରକାଶ କରିଛନ୍ତି । ଜଗତସିଂହପୁର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଜଗତସିଂହପୁର ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ଆଇନଜୀବି ନରେଶ ଦାସ ସଭାପତିତ୍ବରେ ବରିଷ୍ଠ ଯାଦବ ନେତା ଅଶ୍ୱିନୀ କୁମାର ଦାସ, ଚିତ୍ତରଞ୍ଜନ କଂସ ,ପାଣ୍ଡବ କୁମାର ପ୍ରଧାନ, ନେମାଳ ଯାଦବ ମହାସଭାର ଉପସଭାପତି କାର୍ତ୍ତିକ ଚନ୍ଦ୍ର ଦାସ, ଯାଦବ ନେତା ରବିନ୍ଦ୍ର କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ଜଗତସିଂହପୁର ଜିଲ୍ଲାରେ ଗୋଚର ଜମିର ସୁରକ୍ଷା ଓ ଗୋପାଳକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ଏହାର ସମାଧାନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାପାଇଁ ମତ ଦେଇଥିଲେ । ଜଗତସିଂହପୁର ଜିଲ୍ଲା ସଦରମହକୁମାରେ ଗୋଟିଏ ଯାଦବ ଭବନ ନିର୍ମାଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ଯୁବ ଯାଦବ ମହାସଭାର ସଂପାଦକ ସୁକାନ୍ତ କୁମାର ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯାଦବ ଉଦ୍ୟୋଗୀ ମାନଙ୍କ ସହିତ ବରିଷ୍ଠ ଯାଦଵ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



