ସାଇ ଜାଭିଅର ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର — ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ ଦପଣୀଗଡ ଠାରେ ଥିବା ସାଇ ଜାଭିଅର ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସାଇ ଜାଭିଅର ସ୍କୁଲର ଅଧ୍ୟକ୍ଷା ମଧୁମିତା ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର କୁମାର ମାହାଲା, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ବିଂଝାରପୁର ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ଓ ସମାଜସେବୀ ପଦ୍ମାକର ଗୁରୁ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷାବିତ କାହ୍ନୁଚରଣ ସାହୁ, ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ଦାସ। ଅତୀଥି ମାନେ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ବହୁ ଉପଦେଶ କଥା ଆଲୋଚନା ମାଧ୍ୟମରେ ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତପନ କୁମାର ବେହେରା ଏବଂ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।




