ଅନୁଗୁଳରୁ ସରୋଜ କାନ୍ତ ଜେନା,ରାଜ୍ୟ ଉପସଭାପତି ଓ ରୁଦ୍ରମୋହନ ସାହୁ, ରାଜ୍ୟ ସମ୍ପାଦକ ନିର୍ବାଚିତ
ଓଡିଶା ଡିଜିଟାଲ ମିଡିଆ ମହାସଂଘ ର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଆଜି ମଙ୍ଗଳବାର ଦିନ ବିଧାନସଭା ଗେଷ୍ଟ ହାଉସ୍ (ଓଲା) ଠାରେ ଆଵାହକ ଶ୍ରୀଯୁକ୍ତ ମନୋଜ ସତପଥିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲ୍ଲାର ପଦାଧିକାରୀ ଓ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟମାନେ ଯୋଗ ଦେଇଥିଲେ l ଉପସ୍ଥିତ ପଦାଧିକାରୀ ତଥା ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଉପଯୋଗୀ ମତାମତ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଭୁବନେଶ୍ଵରରେ ମହାସଂଘର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ରାଜ୍ୟ କମିଟି ନିର୍ବାଚନ ଅନୁଷ୍ଠିତ ହୋଇ ଚେୟାରମ୍ୟାନ୍ ଭାବେ ଶ୍ରୀଯୁକ୍ତ ଶୈଳେଶ କୁମାର ତିୱାରୀ, ୨ ଜଣ ଭାଇସ ଚେୟାରମ୍ୟାନ୍ ଶ୍ରୀ ଦେବାଶିଷ ଶତପଥି ଓ ଶ୍ରୀ ସୁବାସ କୁମାର ଗୁପ୍ତା, ସଭାପତି ଶ୍ରୀଯୁକ୍ତ ମନୋଜ ସତପଥି, କାର୍ୟ୍ୟକାରୀ ସଭାପତି ଶ୍ରୀ ସୂର୍ୟ୍ୟକାନ୍ତ ଖେଡୁଆଳ ସିଂହ, ୮ଜଣ ଉପସଭାପତି ଶ୍ରୀ ବିଜୟାନନ୍ଦ ତ୍ରିପାଠି,ଶ୍ରୀ ବିଷ୍ଣୁ ବେହେରା,ଶ୍ରୀ ନିରଂଜନ ପାଣି, ଶ୍ରୀ ପଦ୍ମନ୍ ଭତ୍ରା, ଶ୍ରୀ ସିତାରା ବେଗମ୍ ,ଶ୍ରୀଯୁକ୍ତ ସରୋଜ କାନ୍ତ ଜେନା, ଶ୍ରୀ ସତ୍ୟ ସ୍ୱରୂପ ମିଶ୍ର ଓ ଶ୍ରୀ ଯୁଧିଷ୍ଠିର ପାତ୍ର l ସେହିପରି ୩ ଜଣ ସାଧାରଣ ସଂପାଦକ ଶ୍ରୀ ଦୀପକ କୁମାର ସିଂହ, ଶ୍ରୀ କବିରାଜ ପାତ୍ର ଓ ଶ୍ରୀ ପ୍ରଭାସ ଜ୍ୟୋତି ମହାନ୍ତି, ସଂଗଠନ ସଂପାଦକ ଶ୍ରୀ ଗୌରାଙ୍ଗ ଚରଣ ମହି, ୮ ଜଣ ସମ୍ପାଦକ ଆଲୋକ ଚନ୍ଦ୍ର ବାରିକ୍, ନିରାକାର ଗୋପାଳ,ପ୍ରଫୁଲ କୁମାର ସାହୁ,ରୁଦ୍ର ମୋହନ ସାହୁ, ସୁଶାନ୍ତ କୁମାର ଷଢ଼ଙ୍ଗି,ସୁଶାନ୍ତ କୁମାର ପୋଥାଳ,ସୋନୁ ଅନୁଗୁ , ଅମ୍ବିକା ପ୍ରସାଦ ମହାପାତ୍ର , ୧୧ ଜଣ ଯୁଗ୍ମ ସମ୍ପାଦକ ଦିପକ କୁମାର ଭୋଇ,ଗଣପତି ଦାଶ,ଯଶୋବନ୍ତ ପ୍ରଧାନ,ମଦନ ମୋହନ ସାହୁ,ପୁନିଲ କୁମାର ସାମନ୍ତ, ସଦାନନ୍ଦ ବେହେରା,ସଦାନନ୍ଦ ଚପୃଷେଠ୍ ,ସର୍ବେଶ୍ୱର ବଳ,ଉମାଶଙ୍କର ଗୌଡ଼,ସାରଦା ପ୍ରସନ୍ନ ଦାସ ଓ ଅତୁଲ କୁମାର ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଭରତଦତ୍ତ ବିଶ୍ୱକର୍ମା ଙ୍କ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଆଡଭୋକେଟ୍ ଏ ସାମଲ ଘୋଷଣା କରିଥିଲେ।
ଜିଲ୍ଲା ପଦାଧିକାରୀ ବୈଠକ ଶେଷ ହେବା ପରେ ରାଜ୍ୟ ପଦାଧିକାରୀ ଙ୍କ ବୈଠକ ଖୁବ୍ ଶୀଘ୍ର ଅନୁଷ୍ଠିତ ହୋଇ ପରବର୍ତ୍ତୀ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।



