ପରିତ୍ୟକ୍ତ ଅବସ୍ଥାରେ ତାଳଚେର ବ୍ଲକ କାର୍ଯ୍ୟାଳୟ
ତାଳଚେର, ୨୪/୦୩ ଶିଳ୍ପନଗରୀ ତାଳଚେର ଅଂଚଳରେ ଯଦି ବ୍ଲକ କାର୍ଯ୍ୟାଳୟ ଜରାଜିର୍ଣ୍ଣ ଅବସ୍ଥାରେ ରହେ ତେବେ ଉପାନ୍ତ ଏରିଆ କିପରିଭାବେ ଏହି କାର୍ଯ୍ୟାଳୟ ଚାଲୁଛି ତାହା ତାଳଚେର ବ୍ଲକ କାର୍ଯ୍ୟାଳୟକୁ ଦେଖିଲେ ସ୍ପଷ୍ଟବାରି ହୋଇଯିବ । ଅଂଚଳରେ ରହିଥିବା ବହୁ ପୂରାତନ ବ୍ଲକ କାର୍ଯ୍ୟାଳୟଟିର ସମ୍ମୁଖ ଭାଗଟି ବେଶ ଚିକଣ କରି ଦିଆଯାଇଥିବା ବେଳେ ପଛପାଶ୍ୱର୍ରେ ରହିଥିବା ଆଜବେଷ୍ଟ ଗୃହ ଗୁଡ଼ିକ ଆଜି ଜରାଜିର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ । ଏହି କାର୍ଯ୍ୟାଳୟକୁ ଦୈନିକ ହଜାର ହଜାର ସଂଖ୍ୟକ ବିଭିନ୍ନ କାର୍ଯ୍ୟରେ ବାର୍ଦ୍ଧକ୍ୟଭତା, ବିଧବାଭତା, ବିକଳଙ୍ଗଭତା, ମୁଖ୍ୟମନ୍ତ୍ରୀ ପକ୍କାଘର ଯୋଜନା ସରକାରଙ୍କର ବିଭିନ୍ନ ଯୋଜନା ନେଇ ଉକ୍ତ କାର୍ଯ୍ୟାଳୟକୁ ଆସିଥାନ୍ତି । ମାତ୍ର ଏହି କାର୍ଯ୍ୟାଳୟକୁ ଦେଖିଲେ କାର୍ଯ୍ୟ କରିବା ପରିବର୍ତେ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିଥାନ୍ତି । କାର୍ଯ୍ୟାଳୟଟି ପ୍ରାୟ ୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ନିର୍ମାଣ କରାଯାଇଥିଲା । ମାତ୍ର ସରକାର ପରେ ସରକାର ବଦଳୁଥିଲେ ମଧ୍ୟ କିମ୍ବା ଏଠିକାର ରାଜନେତା ଦୀର୍ଘବର୍ଷ ଶାସନାରେ ରହିଲେ ମଧ୍ୟ ଏହାର ଅବସ୍ଥା ନସୁଧିରିବା ତାଳଚେରବାସୀଙ୍କ ପାଇଁ ଏକ ଦୁଃଖଦ ଖବର ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଯୋରଧରିଛି । ତେଣୁ ତୁରନ୍ତ ଏହି କାର୍ଯ୍ୟାଳୟକୁ ନୂତନଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।



