୨୨ ତମ ଅଷ୍ଟଶମ୍ଭୁ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ବଅଁରପାଳ,୨୬/୦୩ ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଗ୍ରାମରେ ମହାଦେବ ଶିବଙ୍କର ୨୨ତମ ଅଷ୍ଟଶମ୍ଭୁ ମହାମିଳନ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟି ଦିର୍ଘ ୨୧ ବର୍ଷ ହେବ ଚାଲିଥିଲା ଆଜି ୨୨ ବର୍ଷରେ ଦେବ ଦେବ ମହାଦେବ ଅଷ୍ଟଶମ୍ଭୁ ଙ୍କର ମହାମିଳନ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଛି ।

ତଳମୂଳ ଗ୍ରାମରେ ଆଠଟି ଶିବ ମନ୍ଦିର ରହିଅଛି ଚୈତ୍ର ମାସ ଶୁକ୍ଳ ଅଷ୍ଟମୀ ତିଥିରେ ଆଠଟି ଶିବ ମନ୍ଦିରରୁ ବିଗ୍ରହ ଆଣି କପିଳେଶ୍ୱର ଶିବ ମନ୍ଦିର ନିକଟରେ ଏକତ୍ରିତ କରି ମହାଦେବ ଅଷ୍ଟଶମ୍ଭୁ,ଭୋଳେଶ୍ୱର,ବାଣେଶ୍ୱର,ତେଲେଙ୍ଗେଶ୍ୱ,କୁମ୍ଭେଶ୍ୱର, ଦ୍ୱାରେଶ୍ୱର,ଧବେଳେଶ୍ୱର,କୁନ୍ଦଲେଶ୍ୱର ଓ କପିଳେଶ୍ୱର ମହାଦେବ ଶିବଙ୍କର ଏକ ମହାମିଳନ ରଥରେ ରଥାରୂଢ଼ କରିବା ସହ ଘଣ୍ଟ ସଂଖ ମୃଦଙ୍ଗ,ବାଦ୍ୟ ସଙ୍କୀର୍ତ୍ତନ ରେ ସମ୍ପୁର୍ଣ୍ଣ ଗ୍ରାମ ପରିକ୍ରମା କରି ଗ୍ରାମର ଘରେ ଘରେ ମା ମାନେ ବନ୍ଦା ପନା କରି ପୂଜା ଅର୍ଚ୍ଚନା କରିନ୍ତି । ଶୋଭାଯାତ୍ରା ଟି ଗ୍ରାମ ପରିକ୍ରମା ସରିବା ପରେ ଅଧିଷ୍ଠାତ୍ରୀ ଦେବୀ ମା ଦୂର୍ଗା ମାଧବଙ୍କ ମନ୍ଦିରେ ପହଞ୍ଚି ଅଧିଷ୍ଠାତ୍ରୀ ଦେବୀ ମା ଦୂର୍ଗା ଙ୍କ ସହିତ ମହାମିଳନ ହୋଇ ଯଜ୍ଞ ମଣ୍ଡପ କୁ ବିରାଜମାନ କରନ୍ତି । ଅଧର ପଣା ନୀତି କାନ୍ତି ସମାପନ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହି କାର୍ଯ୍ୟକ୍ରମଟିକୁ ତଳମୂଳ ଶାସନର ବେଦାନ୍ତୀ ବ୍ରାହ୍ମଣମାନେ ସମାପନ କରିଥାନ୍ତି ପରେ ପରେ ନିମନ୍ତ୍ରଣ ହୋଇ ଆସିଥିବା ଅଷ୍ଟଶମ୍ଭୁ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହି କାର୍ଯ୍ୟକ୍ରମରେ ଟି ତଳମୂଳ ଗ୍ରାମର ଗ୍ରାମବାସୀମାନେ ପରିଚାଳନା କରିଥିଲେ ।




