
ନର୍ସ ମାନଙ୍କୁ ସମର୍ଥନ ଜଣାଇ ଧାରଣା ରେ ଯୋଗଦେଲେ ବିଜେପି କର୍ମକର୍ତ୍ତା
ଜେ ବି ଏନ, ୯/୧୨/୨୦୨୦, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ୍ ରେ କୋଭିଡ୍ ସମୟରେ କାର୍ଯ୍ୟକରୁଥିବା ନର୍ସ ମାନେ ଦୀର୍ଘ ତିନିଦିନ ଧରି ସେମାନଙ୍କ ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଧାରଣା ରେ ବସିଥିବା ବେଳେ ଉକ୍ତ ନର୍ସ ମାନଙ୍କୁ ସମର୍ଥନ ଜଣାଇ ଆଜି ବିଜେପି ପକ୍ଷରୁ ଜିଲ୍ଲାସଭାପତି ବିଭୂତି ଭୂଷଣ ଜେନା, ପୂର୍ବତନ ଜିଲ୍ଲାସଭାପତି କାହ୍ନୁ ଚରଣ ପତି, ବିଜେପି ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗ ଦେବ, ମହନ୍ତ ଚିନ୍ମୟ, ରାଜୀବ ମିଶ୍ର, ଜଗଦୀଶ ପ୍ରଧାନ, ଆଲୋକ କୁମାର ଶତପଥି, ଶିବ ନାୟକ ସମେତ ଅନ୍ୟମାନେ ଯୋଗଦେଇ ପ୍ରତିବାଦ ଜଣେଇବା ସହ ଧାରଣା ରେ ବସିଥିଲେ ।




