ଯୁବକର ନାଚରେ ମତୁଆଲା ହେଲା ଗୋଠଛଡ଼ା ଜଙ୍ଗଲି ଦନ୍ତାହାତୀ।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଦେଖିବାକୁ ମିଳିଛି ଏକ ଅବିଶ୍ୱସନିୟ ଦୃଶ୍ୟ। ଯାହାକୁ ଦେଖିଲେ ଆପଣବି ବିସ୍ମୟ ହେବେ। ଯୁବକର ନାଚରେ ମତୁଆଲା ଗୋଠ ଛଡ଼ା ଜଙ୍ଗଲି ଦନ୍ତାହାତୀ। ଯୁବକ ସହିତ ତାଳଦେଇ ଝୁମିଲା ଗୋଠଛଡା ଦନ୍ତା। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ରୁ ଚମ୍ପୁଆ ସେକ୍ସନର ସରେଇ ଜଙ୍ଗଲକୁ ଦୁଇଟି ଗୋଠ ଛଡ଼ା ଲେଉଟି ଆସିଥିଲେ। ଏମାନଙ୍କ ମଧ୍ୟରୁ ଗୋଟିଏ ଦନ୍ତାହାତୀ ଦିନବେଳା ବୈତରଣୀ ନଦୀ ପଠାକୁ ଚାଲି ଆସିଥିବା ବେଳେ ଲୋକେ ଏହି ହାତୀକୁ ଦେଖିବାକୁ ଭିଡ଼ ଜମାଇଥିଲେ। ତେବେ ହାତୀଟିକୁ ନରଗାଇ ଓ ତାକୁ ହଇରାଣ ହରକତ ନକରି, ହାତୀ ଦେଖିବା ବେଳେ ଜଣେ ଯୁବକ ହାତୀ ସମ୍ମୁଖରେ ନାଚିବା ଆରମ୍ଭ କରି ହାତ ଯୋଡି ହାତୀକୁ ନାଚିବାକୁ ଅନୁରୋଧ କରିଥିବା ବେଳେ ହାତୀ ମଧ୍ୟ ଯୁବକର ନାଚସହିତ ତାଳ ମିଶାଇ ମୁଣ୍ଡ ହଲାଇ ଝୁମିବାର ଏକ ଅବିସ୍ମରଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହା ଉପସ୍ଥିତ ଦେଖଣାହାରୀ ଙ୍କ ମଧ୍ୟରେ କୈତୁହଳ ସୃଷ୍ଟି କରିଦେଇଥିଲା। ତେବେ ଏହି ଜଙ୍ଗଲି ଦନ୍ତାହାତୀ ଏପରି ବ୍ୟବହାର ସମସ୍ତଙ୍କୁ ଚକିତ କରିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



