ଟ୍ୱିନସିଟିରେ କାଳବୈଶାଖୀ ଯୋଗୁଁ ଆଜି ଅପରାହ୍ଣ ପ୍ରାୟ ୫ ଟା ସମୟରେ କାଳବୈଶାଖୀ ତାର କରାଳ ରୂପ ଦେଖାଇଛି । କଟକ ଓ ଭୁବନେଶ୍ୱରରେ ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ବର୍ଷା ହୋଇଛି । କାଳବୈଶାଖୀର ପ୍ରଭାବରେ ଘଡ଼ଘଡ଼ି ସହିତ ବଜ୍ରପାତ ମଧ୍ୟ ହୋଇଥିବା ଦେଖାଯାଇଛି ।କୁଆପଥର ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇଛି ।
ଗଛ ପଡ଼ିବା କାରଣରୁ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସମସ୍ୟା ସୃଷ୍ଟି ହୋଇଛି ।କିଛି ସ୍ଥାନରେ ଚାଳଛପର ଘର ଭାଙ୍ଗିଥିବା ବେଳେ ରାସ୍ତାକଡ଼ରେ ଥିବା ବଡ଼ବଡ଼ ହୋର୍ଡିଂଗୁଡ଼ିକୁ କ୍ଷତି ପହଞ୍ଚିଛି । ଟ୍ୱିନସିଟି ସମେତ ରାଜ୍ୟର ଏକାଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।



