ମା’ ହିଙ୍ଗୁଳାଙ୍କୁ ଦର୍ଶନ କଲେ କୋଲ ଇଣ୍ଡିଆ ଅଧ୍ୟକ୍ଷ
ତାଳଚେର, ୨୭/୦୩ କୋଲ ଇଣ୍ଡିଆ ଅଧ୍ୟକ୍ଷ ବି. ସାଇରାମ ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି । ତିନି ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ଅଧ୍ୟକ୍ଷ ଶ୍ରୀ ସାଇରାମ ଶିଳ୍ପାଞ୍ଚଳ ତାଳଚେରର ବିଭିନ୍ନ କୋଇଲା ଖଣି ପରିଦର୍ଶନ କରିଥିଲେ । ଏହି ଅବସରରେ ଆଜି ଅପରାହ୍ନରେ ଗୋପାଳପ୍ରସାଦସ୍ଥିତ ମା’ଙ୍କ ପୀଠ ପରିସରରେ ଥିବା ହିଙ୍ଗୁଳାଙ୍କ ଉଭାସ୍ଥଳୀକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ହିଙ୍ଗୁଳା ମନ୍ଦିର ମଧ୍ୟକୁ ଯାଇ ମା’ ଅଗ୍ନିରୂପାଙ୍କ ଆରାଧନା କରିଥିଲେ । ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ଼ର ପୂର୍ବତନ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ, ମୂରଲୀଧର ସାହୁ, ଅରୁଣ ପ୍ରଧାନ, ସଞ୍ଜୟ ସାହୁ, ସନ୍ତୋଷ ପ୍ରଧାନ, ଗଗନ ବିହାରୀ ସାହୁ ପ୍ରମୁଖ ଅଧ୍ୟକ୍ଷ ଶ୍ରୀ ସାଇରାମଙ୍କୁ ସ୍ୱାଗତ ଜଣାଇବା ସହ ପୁଷ୍ପଗୁଚ୍ଛ, ଉତୋରୀୟ ଓ ମା ହିଙ୍ଗୁଳାଙ୍କ ପ୍ରତିମର୍ତି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏମ୍ସିଏଲ୍ର ଅଧ୍ୟକ୍ଷ ଉଦୟ ଅନନ୍ତ କାୱଲେ, ବୈଷୟିକ ନିର୍ଦ୍ଦେଶକ ସଞ୍ଜୟ କୁମାର ଝା, କାର୍ମିକ ନିର୍ଦ୍ଦେଶକ କେଶବ ରାଓ, ନିର୍ଦ୍ଦେଶକ ଅଜୟ କୁମାର ବେଉରା, ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏ.କେ.ଧଳ, ଭୂବନେଶ୍ୱରୀ କ୍ଷେତ୍ର ମହାପ୍ରବନ୍ଧକ ଅଜୟ କୁମାର ସିଂହ, ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ଏସ୍.ଭି.ଯୋଶୀ, କେନ୍ଦ୍ରୀୟ କର୍ମଶାଳାର ମହାପ୍ରବନ୍ଧକ ଆର.ଆର. ନାୟକ, ଭରତପୁର କ୍ଷେତ୍ର ମହାପ୍ରବନ୍ଧକ ଦିବ୍ୟଜୀବନ ସି, ତାଳଚେର କ୍ଷେତ୍ର ମହାପ୍ରବନ୍ଧକ କେ.ବି.ଚୌଧୁରୀ, ହିଙ୍ଗୁଳା କୋଇଲା ଖଣି ପ୍ରକଳ୍ପ ଅଧିକାରୀ ପଦ୍ମନାଭ ସ୍ୱାଇଁଙ୍କ ସମେତ ବିଭିନ୍ନ କୋଇଲା କ୍ଷେତ୍ରର ବହୁ ଉଚ୍ଚପଦସ୍ଥ ଅଧିକାରୀ, ବିଭିନ୍ନ ଶ୍ରମିକ ନେତା ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ସାଇରାମ ତାଳଚେରର ବିଭିନ୍ନ କୋଇଲା ଖଣି ପରିଦର୍ଶନ କରିବା ସହ କୋଇଲା ଉତ୍ପାଦନ ଓ ପରିବହନ ସମ୍ବଦ୍ଧରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।



