ମେଡିକାଲ୍ କଲେଜ୍ ଫାଟକ ସମ୍ମୁଖରେ ଗଣଧାରଣା
ତାଳଚେର, ୨୭/୦୩ – ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ଫାଟକ ସମ୍ମୁଖରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ତାଳଚେରବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଶୀଘ୍ର ଯୋଗାଇ ଦେବା ନିମିତ ତାଳଚେର ଠାରେ ପାଠ ପଢ଼ା ସହିତ ରୋଗୀ ଦେଖା ଦାବୀ ନେଇ କ୍ରିୟାନୁଷ୍ଠାନ କମିଟିର ସଭାପତି ପଦ୍ମ ଚରଣ ସାମଲଙ୍କ ନେତୃତ୍ୱରେ ଏହି ଗଣଧାରଣାରେ ହରିହର ସାହୁ, ବିନୋଦ ଲାଲ୍, ଟଙ୍କଧର ରାଉତ, ବିଛନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ତା୩୧/୦୩/୨୦୨୬ ରିଖ ଦିନ ମା ହିଙ୍ଗୁଳାଙ୍କ ଯାତ୍ରାରେ ପ୍ରଚାର ପତ୍ର ବଂଟନ ପାଇଁ ନିଷ୍ପତି ନିଆଯାଇଛି । ଏହା ପରେ ପ୍ରତ୍ୟେକ ଗ୍ରାମକୁ ଯାଇ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ପରବର୍ତି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

April 19, 2026/
No Comments


