“ଆଦର୍ଶ ଶିକ୍ଷୟିତ୍ରୀ ଓ ସମାଜସେବୀ ଭାବେ ବଲାଙ୍ଗୀରରେ ବରଗଡ଼ର ଶିକ୍ଷୟିତ୍ରୀ ପୁରସ୍କୃତ”
ବରଗଡ:୨୮/୩(ପବିତ୍ର ମେହେର)
ବଲାଙ୍ଗୀର ଜିଲ୍ଲା ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ସାପ୍ତାହିକ ସମ୍ବାଦ ପତ୍ର ‘ପ୍ରେରଣା’ର ୨୧ ତମ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ଅନେକ ବିଶିଷ୍ଟ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ
ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ,କବୟିତ୍ରୀ
ତଥା ସମାଜସେବୀ ଅନୁସୂୟା ଦେବତାଙ୍କୁ ଆଦର୍ଶ ଶିକ୍ଷୟିତ୍ରୀ ତଥା ସମାଜସେବୀ ଭାବେ ସମ୍ବର୍ଦ୍ଧିତ କରାଯାଇଛି।ତାଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶିକ୍ଷାବିତ ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ, କମିଶନର ଅଫ୍ ଇନକମ୍ ଟ୍ୟାକ୍ସ ଡ. ଶ୍ରୀକାନ୍ତ ଚାଟାର୍ଜୀ, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମଣ ମେହେର ଏବଂ ପ୍ରେରଣା ର ସମ୍ପାଦକ ରଘୁନନ୍ଦନ ସିଂହ ମଂଚାସୀନ ଥିଲେ। ସମ୍ପାଦକ ଶ୍ରୀ ସିଂ ନିଜ ସମ୍ପାଦକୀୟ ବିବରଣୀ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସଭା ପ୍ରାରମ୍ଭରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ସାମ୍ବାଦିକ ମଳୟ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଡ. ଭବାନୀ ଶଙ୍କର ପଟେଲ ଅତିଥି ଭାବେ ମଂଚାସୀନ ଥିଲେ। ଚୁମକି ଦାଶ ଓ ପୁଷ୍ପାଞ୍ଜଳି ମେହେର ଏହି କବିତା ପାଠୋତ୍ସବ କୁ ସଂଯୋଜନା କରିଥିବା ବେଳେ ଶତାଧିକ କବି ଓ କବୟିତ୍ରୀ
କବିତା ପାଠ କରିଥିଲେ ।ଉତ୍ସବରେ ଅତିଥିଭାବେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀମତୀ ଦେବତାଙ୍କର ଶିକ୍ଷାଦାନ ଶୈଳୀ ଏବଂ ସମାଜ ପ୍ରତି ଥିବା ତାଙ୍କର ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ।ଏହି ସଫଳତା ପାଇଁ ଶିକ୍ଷାବିତ୍ ଏବଂ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

June 27, 2026/
No Comments


