ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ଦୁଲୁକିଲା ମଞ୍ଚ

ବରଗଡ଼:-୨୮.୦୩.୨୦୨୬(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି।ଉତ୍ସବ ରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଶିକ୍ଷୟିତ୍ରୀ ଅଂଶୁମାଲା ମିଶ୍ର ଙ୍କ ପରିଚାଳନା କ୍ରମେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ବନ ମାଳୀ ବରିହା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ୧୯୯୯ ମସିହା ରେ ହୋଇଥିବା କାରଗିଲ ଯୁଦ୍ଧ ରେ ଅଂଶ ଗ୍ରହଣ କରି ଆମ ଅଞ୍ଚଳ ତଥା ଦେଶର ଗର୍ବ ଓ ଗୌରବ କାରଗିଲ ଯୋଦ୍ଧା ଭୁବନ ବାରିକ୍,ଏବିଇଓ କାର୍ତ୍ତିକ ବାଗ,ଭେଡେନ ବିଇଓ ମଛିନ୍ଦ୍ର ମଲ୍ଲିକ,ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ,ଅବସର ପ୍ରାପ୍ତ ଶିକ୍ଷକ ଶାନ୍ତନୁ ଭୋଇ, ସାମାଜିକ ସମୀକ୍ଷା କମିଟି ର ସଭ୍ୟ ମକରଧ୍ବଜ ବାରିକ୍ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଥିଲେ।ଛାତ୍ରଛାତ୍ରୀ ଙ୍କ ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲୁକି ଉଠିଥିଲା।ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ,କର୍ମଚାରିି ଓ ଅଭି ଭାବକ/ଅଭିଭାବିକା ମାନଙ୍କ ସକ୍ରିୟ ସହଯୋଗ ରହିଥିଲା।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

