ପ୍ରଥମ ଥର ନବୋଦୟ ପାଇଲେ ସର୍ବେ ସରକାରୀ ସ୍କୁଲ ର ଛାତ୍ର
ଜମନକିରା ବ୍ଳକ ଅନ୍ତର୍ଗତ କେନାଢିପା ପଂଚାୟତ ର ସର୍ବେ ପ୍ରାଥମିକ ବିଦ୍ୟାଳୟ ଛାତ୍ର କ୍ରିଷ୍ଣା ସେଠ (୧୧) ସ୍କୁଲ ଇତିହାସ ରେ ପ୍ରଥମ କରି ନବୋଦୟ ପାଇଛନ୍ତି । ଏହା ସ୍କୁଲ ଏବଂ ଗ୍ରାମରେ ଖୁସି ର ପରିବେଶ ସୃଷ୍ଟି ହୋଇଛି । ଛାତ୍ର ଙ୍କ ବାପା ରାମ ପ୍ରସାଦ ସେଠ (୪୨) ଜଣେ ଚାଷୀ ହୋଇଥିବା ବେଳେ ମା ଦମୟନ୍ତୀ ସେଠ (୩୪) ଜଣେ ଗୃହିଣୀ ଅଟନ୍ତି । ସେ ନିଜ ପୁଅ କୁ ବେସରକାରୀ ସ୍କୁଲ ରେ ନ ପଢାଇ ସରକାରୀ ସ୍କୁଲ ରେ ପଢାଇଥିଲେ ଏବଂ ନିଜେ ସକାଳେ ସନ୍ଧ୍ୟା ତାଙ୍କୁ ଘରେ ବସାଇ ପଢାଉଥିଲେ ବୋଲି କହିଛନ୍ତି । ଛାତ୍ର ଜଣକ ୧୦୦ ମାର୍କ ରୁ ସମୁଦାୟ ୮୫ ମାର୍କ ରଖିଥିଲେ। ସ୍କୁଲ ରେ ଛାତ୍ର ଜଣକ ଭଲ ପଢୁଥିଲେ ବୋଲି ଶିକ୍ଷକ ରାଜୀବ ଧୁରୁଆ କହିଛନ୍ତି ।



