
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗଡ଼ ଦୁଦୁର କୋଟ ରେ ମା ବାଉତି ମନ୍ଦିର ନୂତନ ମନ୍ଦିର ପ୍ରତିଷ୍ଠା ହୋଇ ଯାଇଛି

ଦୀର୍ଘ ତିନି ଦିନ ବ୍ୟାପି ଏହି ଉତ୍ସବ ମହା ସମାରୋହରେ ପାଳିତ ହୋଇଛି. ପ୍ରଥମ ଦିବସରେ ଶ୍ରଦ୍ଧାଳୁ ମାନେ ମା ବାଉତି ମନ୍ଦିରରୁ ବାହାରି ଘଣ୍ଟ ଶଙ୍ଖ ଢୋଲ ଓ ହରେକୃଷ୍ଣ ହରେ ରାମ ଧୋନି ରେ ନଗର ପରିକ୍ରମା କରି ରାମଚଣ୍ଡୀ ମନ୍ଦିର ପାଖରେ ଥିବା ଗଡ଼ବନ୍ଧ ରୁ କଳସି ଆଣିଥିଲେ. ଘଟ ସ୍ଥାପନ ପରେ ହୋମ ଯଜ୍ଞ ଆରମ୍ଭ ହୋଇଥିଲା.. ତାପରେ ଶ୍ରଦ୍ଧାଲୁ ମାନେ ଅର୍ଣ୍ଣପ୍ରସାଦ ଗ୍ରହଣ କରିଥିଲେ. ଓ ସଂକୀର୍ତନ କରିଥିଲେ।

ଦ୍ୱିତୀୟ ଦିବସରେ ରତ୍ନାମୁଦ କାର୍ଯ୍ୟକ୍ରମ, ଓ ଭଜନ କୀର୍ତନ ଓ ହୋମଯାଗ୍ନ କାର୍ଯ୍ୟ ସମ୍ପର୍ଣ ହୋଇଥଲା. ଏହି କାର୍ଯ୍ୟକ୍ରମ ରେ ପୁର୍ବତନ ବାଚସ୍ପତି ରଜନୀକାନ୍ତ ସିଂ, ବନରପାଳ ଚେୟାରମ୍ୟାନ ବିଜୟ ନାଥ ଓ ଶ୍ରମିକ ନେତା ଦିପୁ ଜେନା ଓ ହିନ୍ଦୋଳ ବିଜେଡି ସଭାପତି ଦେବି ପ୍ରସାଦ ପଟ୍ଟନାୟକ ଓ ଓଡାପଡା ବିଜେଡି ସଭାପତି ଜଟି ନାୟକ ସମାଜ ସେବୀ ତ୍ରିନାଥ ବେହେରା,ବିଜେପି ନେତା ନିରାକାର ପ୍ରଧାନ, ସମାଜ ସେବୀ ବିଭୁ ସତଫତି ଯୋଗଦେଇଥିଲେ. ଅନ୍ତିମ ଦିବସରେ ମା ବାଉତି ଙ୍କୁ ନେଇ ନୂତନ ମନ୍ଦିର ରେ ଅବସ୍ଥାପିତ କରାଯାଇଥିଲା, ଏଥିରେ ମୁଖ୍ୟଅତିଥି ଭାବେ ହିନ୍ଦୋଳର ରାଜାସାହେବ ଶ୍ରୀଯୁକ୍ତ ଶୈଳେନ୍ଦ୍ର ନାରାୟଣ ସିଂଦେଓ ଯୋଗଦେଇ ପୁରାନାହୁତି ଦେଇ ପ୍ରସାଦ ସେବନ ରେ ଯୋଗ ଦେଇଥିଲେ. ହିନ୍ଦୋଳ ର ବିଭିର୍ଣ୍ଣ ପଂଚାୟତ ରୁ ଶ୍ରଦ୍ଧାଳୁ ମାନେ ଦେଇ ବିଭୁକୃପା ଲାଭ କରିଥିଲେ.. ସମ୍ପୂର୍ଣ ପରିବେଶ ଉତ୍ସବ ମୁଖର ହୋଇ ଥିବା ଦେଖା ଯାଇଥିଲା..




