91ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ଜଗତସିଂହପୁର
ତା =1/4/26
ଜଗତସିଂହପୁର ପୁନଙ୍ଗ ସ୍ଥିତ ରିଜର୍ଭ ପୋଲିସ ପଡିଆ ରେ 91ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିବା ସହିତ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରିଥିଲେ |ଏହି ଉପଲକ୍ଷେ ପୋଲିସ ବିଭାଗ ରେ ଉଲେଖନୀୟ କାର୍ଯ୍ୟ ପାଇଁ ଜ଼ିଲ୍ଲା ପୋଲିସ ବିଭାଗ ପକ୍ଷରୁ ଶ୍ରେଷ୍ଠ ପୋଲିସ ଉପ ଆରକ୍ଷୀ ନିରୀକ୍ଷକ ଅନିଲ କୁମାର ସାହୁ | ଶ୍ରେଷ୍ଠ ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁ | ଶ୍ରେଷ୍ଠ APR ହାବିଲଦାର ଜିତେନ୍ଦ୍ର କୁମାର ବିଶ୍ୱାଳ | ଶ୍ରେଷ୍ଠ O R କନେଷ୍ଟବଳ ମନୋରଞ୍ଜନ ସେଠୀ | ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ଭାବେ ଭାଗବତ ପ୍ରସାଦ ରାଉତ ପ୍ରମୁଖ ଙ୍କୁ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସଂମ୍ମାନିତ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ସତ୍ୟଜିତ ଦାଶ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



