ମା’ହିଙ୍ଗୁଳାଙ୍କ ଯାତ୍ରାରେ ଖାଦ୍ୟ ନିରାପତା ବିଭାଗ ପକ୍ଷରୁ ଚଢ଼ାଉ
ତାଳଚେର, ୦୨/୦୪ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ପୂଜା ମହୋତ୍ସବରେ ବ୍ୟବସାୟ କରିବା ଲାଗି କୋଣ ଅନୁକୋଣରୁ ଆସିଥିବା ବିଭିନ୍ନ ବ୍ୟବସାୟୀମାନେ ଯାତ୍ରା ପଡ଼ିଆରେ ନିଜର ପସରା ମେଲାଇ ବିକ୍ରି କରାଯାଉଥିବା ଚଟପଟି ଖାଦ୍ୟ ଓ ବିଭିନ୍ନ ଫାଷ୍ଟଫୁଡ଼୍ ଅସ୍ଥାୟୀ ଦୋକାନ ଗୁଡ଼ିକରେ ଖାଦ୍ୟ ନିରାପତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଖାଦ୍ୟ ପଦାର୍ଥରେ ଯେଉଁସବୁ ବିଭିନ୍ନ କିସମର ରାସାୟନିକ ରଙ୍ଗବେରଙ୍ଗ ମିଶ୍ରଣ କରି ଖାଦ୍ୟ ପରୁଷୁଛନ୍ତି, ତାଉପରେ ଆଜି ଖାଦ୍ୟ ନିରାପତା ବିଭାଗ ଖାଦ୍ୟର ମାନ ଯାଂଚ କରିବା ସହ କିଛି ବ୍ୟବସାୟୀଙ୍କ ନିକଟରୁ ୬ହଜାର ଟଙ୍କା ଜୋରିମନା ଆଦାୟ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଆଜିର ଏହି ଚଢ଼ାଉରେ ଖାଦ୍ୟନିରାପତା ବିଭାଗ ଅଧିକାରିଣୀ ହରପ୍ରିୟା ବେହେରା, ସୁମିତ ସୌରଭ ପରିଡ଼ା, ଶ୍ରୀବନ୍ତ ଖଣ୍ଡଗିରି, ନିଳାମ୍ବର ପ୍ରଧାନ ଓ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-scaled.jpg)


